www.samajalive.in
Sunday, December 14, 2025
26.1 C
Bhubaneswar

କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଓଡିଶା ବନ୍ଦ ଡାକରା ; ସମ୍ବଲପୁରରେ ବନ୍ଦର ପ୍ରଭାବ

ସମ୍ବଲପୁର  : ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ପେଟ୍ରୋଲ ଓ ଡିଜେଲ ଦରରେ ଅହେତୁକ ବୃଦ୍ଧି ଯୋଗୁ ସାଧାରଣ ଜନତା ଅତିଷ୍ଟ ହୋଇ ପଡିଥିବା ଅଭିଯୋଗ କରିଛି କଂଗ୍ରେସ । ଏହାର ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଆଜି ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିବା ବେଳେ ସମ୍ବଲପୁରରେ ବନ୍ଦର ପ୍ରଭାବ ପରିଲକ୍ଷିତ ହୋଇଥିଲା ।କଂଗ୍ରେସ ଅଭିଯୋଗ କରିଛି ଯେ କରୋନା ପରଠାରୁ ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିଚାଲିଛି। ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିର ପ୍ରଭାବ ସିଧାସଳଖ ସାଧାରଣ ଲୋକଙ୍କ ପକେଟ ଉପରେ ପଡୁଛି। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଫଳରେ ବିଭିନ୍ନ ସାମଗ୍ରୀର ଦର ମଧ୍ୟ ବୃଦ୍ଧି ପାଉଛି। ଯାହା ଉଭୟ ମଧ୍ୟବିତ୍ତ ଓ ଗରିବ ଲୋକଙ୍କ ପାଇଁ ଅସହ୍ୟ ହୋଇ ପଡ଼ିଛି।
କଂଗ୍ରେସ ଵନ୍ଦ ପାଳନ ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲାରେ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ସହରର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରି ବନ୍ଦ ପାଳନ କରିଥିଲେ । ଏଥିସହ ସହରର ଲକ୍ଷ୍ମୀଟକିଜ, ଧନୁପାଲି ଛକ ,କଚେରୀ ଛକ ଓ ଅଇଁଠାପାଲି ଛକ ଜାତୀୟ ରାଜପଥରେ ପ୍ରତିବାଦ କରି କଂଗ୍ରେସ ସଭ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ଏଥିସହ ବନ୍ଦ ପାଳନ ଯୋଗୁ ସମ୍ବଲପୁର ସହରର ସମସ୍ତ ଦୋକାନ ବଜାରର ବ୍ୟବସାୟିକ ପ୍ରତିଷ୍ଠାନ , ଅଫିସ ଗୁଡିକ ବନ୍ଦ ରହିଥିଲା । ତେବେ କଂଗ୍ରେସ ବନ୍ଦର ପ୍ରଭାବ ଜିଲ୍ଲାର ସମସ୍ତ ବ୍ଲକ ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଲିଥିଲା । ଜିଲ୍ଲାର ଅନ୍ୟତମ ପ୍ରମୁଖ ବ୍ଳକ ରେଙ୍ଗାଲୀ ବ୍ଳକରେ ମଧ୍ୟ ଦେଖିବାକୁ ମିଲିଥିଲା ବନ୍ଦ ର ପ୍ରଭାବ । କଂଗ୍ରେସର ବନ୍ଦ ପ୍ରଭାବରେ ରେଙ୍ଗାଲୀ ସହରର ସବୁ ଦୋକାନ ବଜାର ,ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ବନ୍ଦ ରହିଥିଲା । କଂଗ୍ରେସ ସଭ୍ୟମାନେ ବନ୍ଦ ପାଳନ ବେଳେ ବିଭିନ୍ନ ସ୍ଥାନରେ ପିକେଟିଂ କରି ବନ୍ଦ ପାଳନ କରିଥିଲେ । ଅପରପକ୍ଷରେ ସରକାର ଯଦି ବର୍ଦ୍ଧିତ ତୈଳଦର କୁ ହ୍ରାସ ନ କରନ୍ତି ତେବେ ଲୋକଙ୍କ ସ୍ୱ।ର୍ଥ ପାଇଁ କଂଗ୍ରେସ ଦଳ ଆଗକୁ ଲଢେଇ ଜୋରଦାର କରିବ ବୋଲି ଚେତାବନୀ ଦେଇଛନ୍ତି ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories