www.samajalive.in
Saturday, December 13, 2025
26.1 C
Bhubaneswar

କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଓଡିଶା ବନ୍ଦ ଡାକରା ; ସମ୍ବଲପୁରରେ ବନ୍ଦର ପ୍ରଭାବ

ସମ୍ବଲପୁର  : ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ପେଟ୍ରୋଲ ଓ ଡିଜେଲ ଦରରେ ଅହେତୁକ ବୃଦ୍ଧି ଯୋଗୁ ସାଧାରଣ ଜନତା ଅତିଷ୍ଟ ହୋଇ ପଡିଥିବା ଅଭିଯୋଗ କରିଛି କଂଗ୍ରେସ । ଏହାର ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଆଜି ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିବା ବେଳେ ସମ୍ବଲପୁରରେ ବନ୍ଦର ପ୍ରଭାବ ପରିଲକ୍ଷିତ ହୋଇଥିଲା ।କଂଗ୍ରେସ ଅଭିଯୋଗ କରିଛି ଯେ କରୋନା ପରଠାରୁ ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିଚାଲିଛି। ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିର ପ୍ରଭାବ ସିଧାସଳଖ ସାଧାରଣ ଲୋକଙ୍କ ପକେଟ ଉପରେ ପଡୁଛି। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଫଳରେ ବିଭିନ୍ନ ସାମଗ୍ରୀର ଦର ମଧ୍ୟ ବୃଦ୍ଧି ପାଉଛି। ଯାହା ଉଭୟ ମଧ୍ୟବିତ୍ତ ଓ ଗରିବ ଲୋକଙ୍କ ପାଇଁ ଅସହ୍ୟ ହୋଇ ପଡ଼ିଛି।
କଂଗ୍ରେସ ଵନ୍ଦ ପାଳନ ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲାରେ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ସହରର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରି ବନ୍ଦ ପାଳନ କରିଥିଲେ । ଏଥିସହ ସହରର ଲକ୍ଷ୍ମୀଟକିଜ, ଧନୁପାଲି ଛକ ,କଚେରୀ ଛକ ଓ ଅଇଁଠାପାଲି ଛକ ଜାତୀୟ ରାଜପଥରେ ପ୍ରତିବାଦ କରି କଂଗ୍ରେସ ସଭ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ଏଥିସହ ବନ୍ଦ ପାଳନ ଯୋଗୁ ସମ୍ବଲପୁର ସହରର ସମସ୍ତ ଦୋକାନ ବଜାରର ବ୍ୟବସାୟିକ ପ୍ରତିଷ୍ଠାନ , ଅଫିସ ଗୁଡିକ ବନ୍ଦ ରହିଥିଲା । ତେବେ କଂଗ୍ରେସ ବନ୍ଦର ପ୍ରଭାବ ଜିଲ୍ଲାର ସମସ୍ତ ବ୍ଲକ ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଲିଥିଲା । ଜିଲ୍ଲାର ଅନ୍ୟତମ ପ୍ରମୁଖ ବ୍ଳକ ରେଙ୍ଗାଲୀ ବ୍ଳକରେ ମଧ୍ୟ ଦେଖିବାକୁ ମିଲିଥିଲା ବନ୍ଦ ର ପ୍ରଭାବ । କଂଗ୍ରେସର ବନ୍ଦ ପ୍ରଭାବରେ ରେଙ୍ଗାଲୀ ସହରର ସବୁ ଦୋକାନ ବଜାର ,ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ବନ୍ଦ ରହିଥିଲା । କଂଗ୍ରେସ ସଭ୍ୟମାନେ ବନ୍ଦ ପାଳନ ବେଳେ ବିଭିନ୍ନ ସ୍ଥାନରେ ପିକେଟିଂ କରି ବନ୍ଦ ପାଳନ କରିଥିଲେ । ଅପରପକ୍ଷରେ ସରକାର ଯଦି ବର୍ଦ୍ଧିତ ତୈଳଦର କୁ ହ୍ରାସ ନ କରନ୍ତି ତେବେ ଲୋକଙ୍କ ସ୍ୱ।ର୍ଥ ପାଇଁ କଂଗ୍ରେସ ଦଳ ଆଗକୁ ଲଢେଇ ଜୋରଦାର କରିବ ବୋଲି ଚେତାବନୀ ଦେଇଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories