www.samajalive.in
Tuesday, December 9, 2025
15.1 C
Bhubaneswar

ନବନିର୍ମିତ ସଂସଦ ଭବନକୁ ୨୮ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ନବନିର୍ମିତ ସଂସଦ ଭବନକୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୮ ତାରିଖ ଦିନ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଲୋକସଭା ବାଚସ୍ପତି ଓମ୍‌‌ ବିର୍ଲା, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଭେଟି ଏଥିଲାଗି ନିମନ୍ତ୍ରଣ କରିଛନ୍ତି। ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇସାରିଥିବା ଏହି ନବନିର୍ମିତ ସଂସଦ ଭବନ ଆତ୍ମନିର୍ଭର ଭାରତ ଭାବନାର ପ୍ରତୀକ ବୋଲି କୁହାଯାଉଛି। ବର୍ତ୍ତମାନର ସଂସଦ ଭବନ ୧୯୨୭ ମସିହାରେ ନିର୍ମାଣ କରାଯାଇଥିଲା। ଯାହାକି ପ୍ରାୟ ୧୦୦ ବର୍ଷ ପୂର୍ଣ୍ଣ ହେବାକୁ ଯାଉଛି।
ବର୍ତ୍ତମାନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ସଂସଦ ଭବନରେ ସ୍ଥାନର ଅଭାବ ପରିଲକ୍ଷିତ ହୋଇଥିଲା। ଫଳରେ ସାଂସଦ ମାନଙ୍କର କାର୍ଯ୍ୟ ସମ୍ପନ୍ନ କରିବାରେ ବାଧା ସୃଷ୍ଟି ହେଉଥିଲା। ଏଭଳି ଅସୁବିଧାକୁ ଦୃଷ୍ଟିରେ ରଖି ଉଭୟ ଲୋକସଭା ଓ ରାଜ୍ୟସଭାରେ ଏକ ନୂତନ ସଂସଦ ଭବନ ନିର୍ମାଣ କରିବାସମ୍ପର୍କୀତ ସଂକଳ୍ପ ଗୃହୀତ କରାଯିବା ସହ ଏହାକୁ କାର୍ଯ୍ୟକାରୀ କରିବା ଲାଗି ସରକାରଙ୍କୁ କୁହାଯାଇଥିଲା । ଏହାର ଅଂଶସ୍ୱରୂପ ୨୦୨୦ ମସିହା ଡିସେମ୍ବର ୧୦ ତାରିଖ ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ନୂତନ ସଂସଦ ଭବନ ଲାଗି ଶିଳାନ୍ୟାସ କରିଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ଅତ୍ୟାଧୁନିକ ସୁବିଧା ସୁଯୋଗ ଥାଇ ଏହି ଉନ୍ନତମାନର ତଥା ଆଧୁନିକ ସଂସଦ ଭବନର ନିର୍ମାଣ ସମ୍ପନ୍ନ ହୋଇଛି ।
ଭାରତର ଗୌରବମୟ ଗଣତାନ୍ତ୍ରିକ ପରମ୍ପରା ଏବଂ ସାମ୍ବିଧାନିକ ମୂଲ୍ୟବୋଧକୁ ଅଧିକ ସମୃଦ୍ଧ କରିବା ସହ ସାଂସଦମାନଙ୍କୁ ନିଜ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ କରିବା ଦିଗରେ ଏହି ନୂତନ ସଂସଦ ଭବନ ସହାୟକ ହେବ। ବର୍ତ୍ତମାନର ସଂସଦ ଭବନର ଲୋକସଭାରେ ୫୪୩ ଏବଂ ରାଜ୍ୟସଭାରେ ୨୫୦ ଜଣ ସଦସ୍ୟଙ୍କର ବସିବାର ବ୍ୟବସ୍ଥା ରହିଛି। ତେବେ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନବନିର୍ମିତ ସଂସଦ ଭବନର ଲୋକସଭାରେ ୮୮୮ ଏବଂ ରାଜ୍ୟସଭାରେ ୩୦୦ ସଦସ୍ୟଙ୍କର ବସିବାର ଆୟୋଜନ କରାଯାଇଛି। ତେବେ ସଂସଦର ମିଳିତ ଅଧିବେଶନ କେବଳ ଲୋକସଭାରେ ଅନୁଷ୍ଠିତ ହେବ। ଯେଉଁଠାରେ ୧ହଜାର ୨୮୦ ଜଣ ସାଂସଦ ଏକତ୍ର ବସିପାରିବେ ବୋଲି ଜଣାପଡ଼ିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories