www.samajalive.in
Monday, December 15, 2025
24.1 C
Bhubaneswar

ଅଭିନବ ସମାଧାନ ପ୍ରଦାନ କରିବାରେ ଡିଜାଇନ୍ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରଶଂସା କଲେ ରାଷ୍ଟ୍ରପତି

ଡେସ୍କ: ସମସାମୟିକ ଆହ୍ୱାନର ଅଭିନବ ସମାଧାନ ପ୍ରଦାନ କରିବାରେ ଡିଜାଇନ୍ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଶଂସା କରିଛନ୍ତି। ରାଷ୍ଟ୍ରପତି ଗୁରୁବାର ଅହମ୍ମଦାବାଦରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜାଇନର ୪୪ତମ ସମାବର୍ତ୍ତନ ସମାରୋହରେ ଉଦବୋଧନ ଦେବା ଅବସରରେ କହିଛନ୍ତି ଯେ ଡିଜାଇନ, ପରମ୍ପରା ଏବଂ ଆଧୁନିକତା ମଧ୍ୟରେ ଏକ ସେତୁ ଭାବରେ କାର୍ଯ୍ୟ କରେ। ରାଷ୍ଟ୍ରପତି ମୁର୍ମୁ ଭାରତର ସମୃଦ୍ଧ ଡିଜାଇନ ପ୍ରଣାଳୀ, ବିଶେଷକରି ପୁରୁଣା ଏବଂ କମ୍ ଜଣାଶୁଣା ଡିଜାଇନ୍ ଗୁଡ଼ିକର ଅଧ୍ୟୟନ ଏବଂ ଦସ୍ତାବିଜ ଉପରେ ଗୁରୁତ୍ୱାରୋପ କରିଥିଲେ। ସାମାଜିକ ପରିବର୍ତ୍ତନରେ ଡିଜାଇନର ଭୂମିକା ସମ୍ପର୍କରେ ରାଷ୍ଟ୍ରପତି ଭାରତୀୟ ଡିଜାଇନ୍ ଶିଳ୍ପ ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜାଇନ୍ ଭଳି ଅନୁଷ୍ଠାନଗୁଡ଼ିକୁ ସ୍ୱାସ୍ଥ୍ୟସେବା, ପରିମଳ ଏବଂ ଗୃହ ନିର୍ମାଣ ଭଳି ବିଭିନ୍ନ ସାମାଜିକ କ୍ଷେତ୍ରରେ ସମସ୍ୟାର ଅଭିନବ ସମାଧାନ ପ୍ରଦାନ ପାଇଁ ପ୍ରଶଂସା କରିଥିଲେ।

କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାରତରେ ଡିଜାଇନ୍ ଏବଂ ବିଶ୍ୱ ପାଇଁ ଡିଜାଇନ୍ର ସ୍ୱପ୍ନକୁ ସାକାର କରିବାକୁ ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ କରିଥିଲେ। ଅମୃତ କାଳରେ ନୂତନ ଭାରତ ନିର୍ମାଣରେ ଯୋଗଦାନ କରିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଗୁଜୁରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଏବଂ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ଉପସ୍ଥିତ ଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories