ସର୍ବଭାରତୀୟ ସ୍ତରରେ କୃତିତ୍ୱ ପାଇଲେ ଦୁଇ ଛାତ୍ର

ଫୁଲବାଣୀ: ସର୍ବଭାରତୀୟ ସ୍ତରରେ କୃତିତ୍ୱ ଲାଭ କରିଛନ୍ତି କନ୍ଧମାଳ ଜିଲା ଫୁଲବାଣୀର ଦୁଇଜଣ ୭ମ ଶ୍ରେଣୀର ଛାତ୍ର। ସେମାନେ ହେଲେ ସୁଭମ ମହାନ୍ତି ଏବଂ ପ୍ରତିମ ପ୍ରଧାନ। ଡ଼ାକ ମଣ୍ଡଳ ବିଭାଗ ପକ୍ଷରୁ ଆୟୋଜିତ ଦିନ୍‌‌ ଦୟାଲ୍‌‌ ସ୍ୱର୍ଶ ମେଧାବୃତ୍ତି ପରୀକ୍ଷା ସର୍ବ ଭାରତୀୟ ସ୍ତରରେ ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ୬ଷ୍ଠ ଶ୍ରେଣୀ ଠାରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତ୍ୟେକ ଶ୍ରେଣୀରୁ ରାଜ୍ୟ ସ୍ତରରୁ ୧୦ଜଣ ଲେଖାଏଁ ମନୋନିତ ହୋଇଥାନ୍ତି। ଏଭଳି ସ୍ଥଳେ ନିକଟରେ ଏହି ପରୀକ୍ଷା ହୋଇଥିବା ବେଳେ ଫୁଲବାଣୀର ୭ମ ଶ୍ରେଣୀର ଦୁଇଜଣ ଛାତ୍ର କୃତିତ୍ୱ ଲାଭ କରି ଏକ ବର୍ଷ ପାଇଁ ଏହି ମେଧାବୃତ୍ତି ପାଇବାରେ ସଫଳ ହୋଇଛନ୍ତି। ଫୁଲବାଣୀର ସୁଭମ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ପ୍ରିତମ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। ଏହି ଅବସରରେ ଫୁଲବାଣୀ ଡ଼ାକ ମଣ୍ଡଳ ଅଧ୍ୟକ୍ଷ ରାଜ କିଶୋର ମହାରଣା, ପୋଷ୍ଟ ମାଷ୍ଟର ପ୍ରଭାତ ବେହେରା ଓ ବ୍ୟବସାୟୀକ ଏକଜୁଭିଟିଭ୍‌‌ ଶେଷଦେବ ସାହୁଙ୍କ ଦ୍ୱାରା କୃତିତ୍ୱ ଳାଭ କରିଥିବା ଛାତ୍ରମାନଙ୍କୁ ମାନପତ୍ର ସହିତ ୬ ହଜାର ଟଙ୍କାର ପୋଷ୍ଟାଲ୍‌‌ ପାସ୍‌‌ ବୁକ୍‌‌ ପ୍ରଦାନ କରିଛନ୍ତି।

Comments are closed.