ଦୃଷ୍ଟିଦୋଷ ଲୋକଙ୍କ ପାଇଁ ପ୍ରେସ୍କ୍ରିପ୍ସନ ସନ୍ଗ୍ଲାସ
ସନ୍ଗ୍ଲାସ ଖରା ଦିନ ପାଇଁ ଅତ୍ୟନ୍ତ ଆବଶ୍ୟକ । ଏହା ଆଖିକୁ ସୁରକ୍ଷା ଦେବା ସହ ସ୍ମାର୍ଟ ଲୁକ୍ ମଧ୍ୟ ଦେଇଥାଏ । କିନ୍ତୁ ଦୃଷ୍ଟିଶକ୍ତି କମ୍ ବା ବେଶି ଥିବା କାରଣରୁ କିଛି ଲୋକ ସନ୍ଗ୍ଲାସ ବ୍ୟବହାର କରିପାରନ୍ତି ନାହିଁ ।
ଯଦି ଆପଣଙ୍କ ଦୃଷ୍ଟିଦୋଷ ରିହିଛି ତେବେ ମନ ଖରାପ କରିବାର କିଛି କଥା ନାହିଁ । କାରଣ ଏବେ ବଜାରରେ ଦୃଷ୍ଟିଦୋଷ ବ୍ୟକ୍ତିଙ୍କ ପାଇଁ ସନ୍ଗ୍ଲାସ ଉପଲବ୍ଧ ରହିଛି । ଯାହାକୁ ପ୍ରେସ୍କ୍ରିପ୍ସନ ସନ୍ଗ୍ଲାସ ବୋଲି କୁହାଯାଏ । ଏହା ଦ୍ୱାରା ଫେଶନ୍ ଲୁକ୍ ସହିତ ଖରାରୁ ମଧ୍ୟ ସୁରକ୍ଷା ଦେଇଥାଏ । ସବୁଠୁଁ ଗୁରୁତ୍ଵପୂର୍ଣ୍ଣ କଥା ହେଲା ଦେଖିବାରେ ବି ସମସ୍ୟା ରହିବ ନାହିଁ ।