bjd gruha runa

ସମାଜ ସେବା ପାଇଁ କାମ କରିବାକୁ ଛାତ୍ରଛାତ୍ରୀଙ୍କୁ ପରମର୍ଶ ଦେଲେ ରାଷ୍ଟ୍ରପତି

BJD Bijuli 480×75 Mob
0

ଭୁବନେଶ୍ୱର: ଆଇଆଇଟିର ସମାବର୍ତ୍ତନ ଉତ୍ସବରେ ଯୋଗଦେବା ଅବସରରେ ଛାତ୍ରଛାତ୍ରୀମାନଙ୍କୁ ସମାଜର ଉନ୍ନତି ପାଇଁ କାମ କରିବାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପଦେଶ ଦେଇଛନ୍ତି । ଆଇଆଇଟି ଶିକ୍ଷା ଗ୍ରହଣ କରୁଥିବା ଛାତ୍ର ଛାତ୍ରୀମାନଙ୍କର ଦେଶ ପ୍ରତି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରକାଶ କରିଛନ୍ତି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ଦିନିଆ ଓଡିଶା ଗସ୍ତ ଶେଷ କରି ଦିଲ୍ଲୀ ଫେରିଛନ୍ତି ।  ୧୭ ମାର୍ଚ୍ଚରେ ଓଡିଶାରେ ରାଷ୍ଟ୍ରପତି କୋବିନ୍ଦ  ପହଞ୍ଚିଥିଲେ । ପରେ କଟକ ଯାଇ ନେତାଜୀ ସଂଗ୍ରହାଳୟ ବୁଲି ଦେଖିଥିଲେ । ଏହାପରେ ସେ ବିଜୁ ବାବୁଙ୍କର ପୈତୃକ ବାସ ଭବନ ଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରର ଲୋକାର୍ପଣ କରିଥିଲେ । ପରେ ସେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଅପରାହ୍ନରେ ପୁରୀ ଗସ୍ତ କରିବା ସହ ସେଠାରେ ରାତ୍ରି ଯାପନ କରିଥିଲେ । ରବିବାର ସକାଳେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ଦର୍ଶନ କରିବାପରେ ସଦାଶିବ ସଂସ୍କୃତ ବିଶ୍ୱବିଦ୍ୟାଳୟର ଶତ ବାର୍ଷିକ ଉତ୍ସବରେ ଅଂଶଗ୍ରହଣ କରିଥିଲେ । ପରେ  ଭୁବନେଶ୍ୱର ଆସି ଆଇଆଇଟିର ସମାବର୍ତ୍ତନ  ଉତ୍ସବରେ ରାଷ୍ଟ୍ରପତି କୋବିନ୍ଦ ଯୋଗ ଦେଇଥିଲେ ।

ଏହି ଅବସରରେ ସେ ଆଇସିଟି –ଆଇଓସି କୌଶଳ ବିକାଶ ସଂସ୍ଥାନର ଶିଳାନ୍ୟାସ କରିଥିଲେ । ଏହିଉତ୍ସବରେ ରାଜ୍ୟପାଳ ଏସ୍‌ସି ଜମିର,କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଓ ମାନବ ସମ୍ବଳମନ୍ତ୍ରୀ  ସତ୍ୟପାଳ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

ପରେ ଅପରାହ୍ନରେ ରାଷ୍ଟ୍ରପତି କୋବିନ୍ଦ ସ୍ୱତନ୍ତ୍ର ବିମାନରେ  ଦିଲ୍ଲୀ  ପରିବର୍ତ୍ତନ କରିଛନ୍ତି ।

Leave A Reply