ଗର୍ଭାବସ୍ଥାରେ ଖାଆନ୍ତୁ ନାହିଁ ଆଳୁ, ହୋଇପାରେ ବିପଦଜନକ

0

ଏକ ଗବେଷଣାରୁ ଜଣାପଡ଼ିଛି ମାତ୍ରାଧିକ ଆଳୁ ଖାଉଥିବା ମହିଳା ମାନଙ୍କୁ ଗର୍ଭାବସ୍ଥାରେ ମଧୁମେହ ହେବାର ଆଶଙ୍କା ଅଧିକ ଥାଏ। ଶରୀରରେ ଇନ୍‍ସୁଲିନ୍‍ ନାମକ ହର୍ମୋନ କମ୍‍ ତିଆରି ହେବା ଦ୍ୱାରା ଏହି ରୋଗ ହୋଇଥାଏ। ବିଶେଷଜ୍ଞ ମାନଙ୍କ କହିବା ଅନୁସାରେ ଏ ମଧ୍ୟରୁ ଟାଇପ-୨ ମଧୁମେହ ରୋଗୀ ସାଧାରଣତଃ ଅଧିକ ଥା’ନ୍ତି। ମହିଳାମାନଙ୍କୁ ଗର୍ଭାବସ୍ଥାରେ ହେଉଥିବା ମଧୁମେହ ଟାଇପ-୨ ମଧୁମେହରେ ବଦଳିବାର ଆଶଙ୍କା ରହିଥାଏ। ତେଣୁ ଗର୍ଭବତୀ ମହିଳାମାନେ ଆଳୁ ପରିବର୍ତ୍ତେ ଅନ୍ୟ ପନିପରିବା, ଫଳ ଓ ଶସ୍ୟ ଜାତୀୟ ଖାଦ୍ୟ ଖାଇବା ଆବଶ୍ୟକ। ଗର୍ଭାବସା୍ଥରେ ଦେଖାଦେଉଥିବା ସମସ୍ୟା ମାନଙ୍କ ମଧ୍ୟରେ ମଧୁମେହ ଏକ ମୁଖ୍ୟ ସମସ୍ୟା ହୋଇଥାଏ। ଏହାଦ୍ୱାରା ମା’ ରକ୍ତରେ ଶର୍କରା ପରିମାଣ ବୃଦ୍ଧି ପାଇଥାଏ, ଯାହା ଉଭୟ ମା ଓ ଶିଶୁ ପାଇଁ ବିପଦଜନକ ସାବ୍ୟସ୍ତ ହୋଇଥାଏ। ଯୁକ୍ତରାଷ୍ଟ୍ର ଆମେରିକାର ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ହେଲ୍‍ଥ ଏଣ୍ଡ ହାୱାର୍ଡ଼ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞ ମାନେ ୧୯୯୧ ରୁ ୨୦୦୧ ମଧ୍ୟରେ ୧୫,୦୦୦ ମହିଳାଙ୍କୁ ନେଇ ଗବେଷଣା କରିଥିଲେ ଯେଉଁମାନଙ୍କୁ ଗର୍ଭାବସ୍ଥା ପୂର୍ବରୁ କେବେବି ମଧୁମେହ ନଥିଲା। ଗବେଷଣାରୁ ଜଣାଗଲା ଗର୍ଭାବସ୍ଥା ସମୟରେ ଅଧିକ ଆଳୁ ଖାଇଲେ ରକ୍ତରେ ଶର୍କରା ପରିମାଣ ବୃଦ୍ଧି ପାଇଥାଏ। ଯଦ୍ୱାରା ମଧୁମେହ ହୋଇଥାଏ।

kalyan agarbati
Leave A Reply