ପ୍ରଣବ ମୁଖାର୍ଜୀଙ୍କୁ କୋର୍ଟ ନୋଟିସ୍
ନୂଆଦିଲ୍ଲୀ, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ନୋଟିସ୍ ଜାରି କରିଛନ୍ତି । ୨୦୧୬ରେ ଶ୍ରୀ ମୁଖାର୍ଜୀଙ୍କ ଲିଖିତ ପୁସ୍ତକ ‘ଟର୍ବୁଲେଣ୍ଟ ଇୟରସ୍ ୧୯୮୦-୧୯୯୨’ର କିଛି ଅଂଶ ବାଦ୍ ଦେବାକୁ ହୋଇଥିବା ଆବେଦନର ଶୁଣାଣି ପାଇଁ ବିଚାରପତି ପ୍ରତିଭା ଏମ୍ ସିଂହ ନୋଟିସ୍ ଜାରି କରିବା ସହିତ ଆସନ୍ତା ଜୁଲାଇ ୩୦ ତାରିଖରେ ଏହାର ଶୁଣାଣି ଧାର୍ଯ୍ୟ କରିଛନ୍ତି । ଉକ୍ତ ପୁସ୍ତକରେ ୧୯୯୨ରେ ଅଯୋଧ୍ୟାରେ ବାବି୍ର ମସ୍ଜିଦ୍ ଧ୍ୱଂସ ଘଟଣାର ଏପରି କିଛି ତଥ୍ୟ ଉଲ୍ଲେଖ ରହିଛି ଯାହା ହିନ୍ଦୁ ଭାବନାକୁ ଆଘାତ ପହଞ୍ଚାଉଛି ବୋଲି ଅଭିଯୋଗ କରି ୟୁ ସି ପାଣ୍ଡେ ନାମକ ଜଣେ ସାମାଜିକ କର୍ମୀ କୋର୍ଟ ଦ୍ୱାରସ୍ଥ ହୋଇଥିଲେ । ମାତ୍ର ତଳ କୋର୍ଟରେ ଏହା ଖାରଜ ହୋଇଯାଇଥିଲା । ଏହା ବିରୋଧରେ ଆବେଦନକାରୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।