ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଜାମିନ

0

କଟକ: ଚିଟଫଣ୍ଡ ଠକେଇ ଅଭିଯୋଗରେ ଗିରଫ ହୋଇଥିବା କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଜାମିନ ମିଳିଛି। ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି । ୨୫ ଲକ୍ଷ ଟଙ୍କା ବ୍ୟାଙ୍କ ଜମା ସହ ୫ ଲକ୍ଷ ଟଙ୍କା ଲେଖାଏଁ ୨ ଜଣ ଜାମିନଦାରଙ୍କ ମୁଚାଲିକା ପ୍ରଭାତ ବିଶ୍ୱାଳଙ୍କୁ ଜାମିନ ପ୍ରଦାନ କରାଯାଇଛି ।

prayash

ସୂଚନାଯୋଗ୍ୟ, ୨୦୧୭ ସେପ୍ଟେମ୍ବର ୧୯ରେ ସିସୋର ଚିଟଫଣ୍ଡ ଠକେଇ ମାମଲାରେ ପ୍ରଭାତଙ୍କୁ ସିବିଆଇ ଗିରଫ କରିଥିଲା । ଏଥି ସହିତ ତାଙ୍କ ବିରୋଧରେ ଜମି କିଣାବିକାରେ ୨୫ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ଆସିଥିଲା। ଜେଲକୁ ଯିବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ସେ ଦୀର୍ଘ ଦିନ ଧରି କଟକ ଏସସିବିରେ ଚିକିତ୍ସାଧୀନ ଥିଲେ ।

kalyan agarbati
Leave A Reply