ସିଏସଆଇଆର ୟୁଜିସି ନେଟ ସ୍ଥଗିତ

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ଦ୍ବାରା ଆୟୋଜିତ କାଉନସିଲ ଅଫ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ(ସିଏସଆଇଆର) ୟୁଜିସି ନେଟ ସ୍ଥଗିତ ରଖାଯାଇଛି। ଅନିର୍ବାର୍ଯ୍ୟ କାରଣବଶତଃ ଏବଂ ଲଜିଷ୍ଟିକ କାରଣରୁ ସିଏସଆଇଆର ୟୁଜିସି ନେଟ ସ୍ଥଗିତ ରଖାଯାଇଥିବା ସୂଚନା ଦିଆଯାଇଛି। ଜୁନ ୨୫ରୁ ୨୭ ତାରିଖ ମଧ୍ୟରେ  ସିଏସଆଇଆର ୟୁଜିସି ନେଟ ପରୀକ୍ଷା କରାଯିବା ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଥିଲା। ପରୀକ୍ଷା ସ୍ଥଗିତ ନେଇ ଏନଟିଏର ବିଜ୍ଞପ୍ତି ପ୍ରକାଶ ପରେ ଛାତ୍ରଛାତ୍ରୀ ଚିନ୍ତାରେ ପଡ଼ି ଯାଇଛନ୍ତି। ତେବେ ଏହି ପରୀକ୍ଷା ପାଇଁ ସଂଶୋଧିତ ପରୀକ୍ଷା ତାରିଖ କାର୍ଯ୍ୟସୂଚୀ ଖୁବ ଶୀଘ୍ର ଘୋଷଣା କରାଯିବ ବୋଲି ଏନଟିଏ ପକ୍ଷରୁ ଜାରି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

ପଢ଼ନ୍ତୁ ସିଏସଆଇଆର ୟୁଜିସି ନେଟ ସ୍ଥଗିତ ନୋଟିସ

https://nta.ac.in/Download/Notice/Notice_20240621193046.pdf

 

Comments are closed.