ବିଲ କୂଅରେ ପଡି ଶିଶୁପୁତ୍ର ମୃତ

ପାଟଣା : ସାହାରପଡା ବ୍ଲକ ଅନ୍ତର୍ଗତ ବାଇକଳା ଗ୍ରାମର ପ୍ରମୋଦ ମୁଣ୍ଡାଙ୍କ ଅଢେଇ ବର୍ଷର ପୁଅ ବିର୍ସା ମୁଣ୍ଡା ଆଜି ଏକ ଚାଷ ଜମିରେ ଥିବା କୂଅରେ ଖସିପଡି ପ୍ରାଣ ହରାଇଛି। ଶିଶୁଟି ନିଜ ଜେଜେଙ୍କ ସହିତ ବିଲକୁ ଯାଇଥିବା ସମୟରେ ଜେଜେଙ୍କ ଅଜାଣତରେ ସେ କୂଅରେ ଖସିପଡିଥିଲା। ଖୋଜାଖୋଜି କରିବା ପରେ ଶିଶୁଟି କୂଅରେ ପଡି ମୃତ୍ୟୁବରଣ କରିଥିବା ଜଣାପଡିଥିଲା। ଏନେଇ ତୁରୁମୁଙ୍ଗା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ପାଟଣାରେ ମୃତ ଶିଶୁର ଶବ ବ୍ୟବଚ୍ଛେଦ କରାଯାଇଛି। କରାଯିବା ପରେ ମର ଶରୀର ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି।

Comments are closed.