www.samajalive.in
Saturday, December 6, 2025
16.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରୁ କାର୍ଯ୍ୟକାରୀ ହେବ ସୁଭଦ୍ରା ଯୋଜନା: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ନୂଆଦିଲ୍ଲୀ : ବିଜେପି ନିର୍ବାଚନ ଇସ୍ତାହାର ଅନୁଯାୟୀ ଆସନ୍ତା ସେପଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ରାଜଧାନୀ ଦିଲ୍ଲୀରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ସ୍ଥାନୀୟ ହଜଖାସ ସ୍ଥିତ ଜଗନ୍ନାଥ ମନ୍ଦିର ଠାରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ନୂଆ ଓଡ଼ିଶା ଗଠନ ପାଇଁ ପ୍ରଧାନମନ୍ତ୍ରୀ ଆଶୀର୍ବାଦ ପ୍ରଦାନ କରିଛନ୍ତି। ରାଜ୍ୟରେ ବିଜେପି ସରକାର ଗଠନ ହେବାର ୧୦୦ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ମହିଳାଙ୍କୁ ସୁଭଦ୍ରା ଯୋଜନା ଅନୁଯାୟୀ ୫୦ ହଜାର ଟଙ୍କାର ଭାଉଚର ପ୍ରଦାନ କରିବାକୁ ଯାଉଛୁ। ଏଥିପାଇଁ ଆମେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଓଡ଼ିଶା ଆସି ଯୋଜନାର ଶୁଭାରମ୍ଭ କରିବାକୁ ଅନୁରୋଧ କରିଛୁ। ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ଏବଂ ଏହି କାର୍ଯ୍ୟକ୍ରମରେ ପାଞ୍ଚ ଲକ୍ଷ ମହିଳା ଉପସ୍ଥିତ ରହିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ। ଦିଲ୍ଲୀ ଗସ୍ତର ଅନ୍ତିମ ଦିନରେ ଶନିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରମୂଖ ସ୍ଥାନୀୟ ହଜଖାସ ସ୍ଥିତ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିଥିଲେ। ଶ୍ରୀନୀଳାଚଳ ସେବା ସଂଘ ତରଫରୁ ପାରମ୍ପରିକ ବାଦ୍ୟ, ଢ଼ୋଲ, କୀର୍ତ୍ତନ ଦ୍ୱାରା ସ୍ୱାଗତ କରାଯାଇଥିଲା। ମହାପ୍ରଭୁଙ୍କ ଦର୍ଶନ ପରେ ମୁଖ୍ୟମନ୍ତ୍ରୀ ମାଝୀ କହିଥିଲେ ଯେ ରାଜ୍ୟର ୪ କୋଟି ଓଡ଼ିଆ ଏବଂ ପ୍ରବାସରେ ରହୁଥିବା ସମସ୍ତ ଓଡ଼ିଆଙ୍କ ମଙ୍ଗଳ ପାଇଁ ସେ ପ୍ରାର୍ଥନା କରିଥିଲେ। ବିଗତ ଦିନରେ ଓଡ଼ିଆ ଅସ୍ମିତା ନେଇ ସଂକଟ ଦେଖାଦେଇଥିଲା। ଓଡ଼ିଆ ଭାବାବେଗକୁ ଆଖି ଆଗରେ ରଖି ସମ୍ମାନର ସହ ବଞ୍ଚିବା ତଥା ଓଡ଼ିଆଙ୍କ ସଂସ୍କୃତି ପରମ୍ପରା ଧର୍ମର ପ୍ରତିଷ୍ଠା ପାଇଁ କାର୍ଯ୍ୟ କରାଯିବ। ୨୦୩୬ ମସିହା ବେଳକୁ ଓଡ଼ିଶା ରାଜ୍ୟ ଗଠନକୁ ୧ଶହ ବର୍ଷ ପୂରିବ। ଆମ ସରକାର ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଏକ ନୂତନ ଓଡ଼ିଶା ଗଠନ କରିବା ଦିଗରେ କାର୍ଯ୍ୟ କରିବ। ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଗଠନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯେଉଁ ଲକ୍ଷ୍ୟ ରହିଛି ତାହାକୁ ପୂରଣ କରିବା ପାଇଁ ଆଜି ଓଡ଼ିଶା ସରକାର ସଂକଳ୍ପ ନେଇଛନ୍ତି। ପ୍ରବାସୀ ଓଡ଼ିଆଙ୍କ ସହ ମିଶି ଖୁସି କରିବା ପାଇଁ ଆମେ ଏଠାକୁ ଆସିଛୁ। ପ୍ରବାସୀ ଓଡ଼ିଆଙ୍କ ସହ ସୁସମ୍ପର୍କ ରଖି ବିକଶିତ ଓଡ଼ିଶା ଗଠନ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି। ତିନିଦିନିଆ ଦିଲ୍ଲୀ ଗସ୍ତକାଳରେ ନୂଆ ଓଡ଼ିଶା ଗଠନ ପାଇଁ ବହୁ କେନ୍ଦ୍ରୀୟ ମନ୍ତ୍ରୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅନୁଯାୟୀ ଅଧିକ ଖଣି ଖନନ ବାବଦରେ ମିଳିଥିବା ୧୯ ହଜାର କୋଟିରୁ ଊର୍ଦ୍ଧ୍ବ ଜୋରିମନା ରାଶି ରାଜ୍ୟବାସୀଙ୍କ ବିକାଶ ଦିଗରେ ଖର୍ଚ୍ଚ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମାଝୀ କହିଥିଲେ। ହଜଖାସ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ନୀଳାଚଳ ସେବା ସଂଘର ସମ୍ପାଦକ ରବୀନ୍ଦ୍ରନାଥ ପ୍ରଧାନଙ୍କ ସମେତ ଦିଲ୍ଲୀ ଓ ଏନସିଆର ଅଞ୍ଚଳରୁ ୫୦ରୁ ଊର୍ଦ୍ଧ୍ବ ପ୍ରବାସୀ ଓଡ଼ିଆ ଅନୁଷ୍ଠାନର ପ୍ରତିନିଧି ନୂତନ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories