www.samajalive.in
Sunday, December 7, 2025
15.1 C
Bhubaneswar

ଆଗାମୀ ୪ ଦିନ ପ୍ରବଳ ବର୍ଷା ସମ୍ଭାବନା: ଦିଲ୍ଲୀକୁ ଅରେଞ୍ଜ ଆଲର୍ଟ, ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି

ନୂଆଦିଲ୍ଲୀ : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜଧାନୀ ଦିଲ୍ଲୀରେ ଗୁରୁବାରଠାରୁ ପ୍ରବଳ ବର୍ଷା ଲାଗି ରହିଛି। ଗୁରୁବାର ସକାଳ ୮ଟାରୁ ଶୁକ୍ରବାର ସକାଳ ୮ଟା ପର୍ଯ୍ୟନ୍ତ ଦିଲ୍ଲୀରେ ରେକର୍ଡ ୨୨୮.୧ ମିଲିମିଟର ବର୍ଷା ହୋଇଥିବାବେଳେ ଏହା ୮୮ ବର୍ଷର ରେକର୍ଡ ଭଙ୍ଗ କରିଛି। ଆଗାମୀ ଚାରିଦିନ ଅର୍ଥାତ ଆଜିଠାରୁ ବୁଧବାର ପର୍ଯ୍ୟନ୍ତ ଏହି ଧାରା ଅବ୍ୟାହତ ରହିବ ବୋଲି କୁହାଯାଇଛି। ଏହି ପରିପ୍ରେକ୍ଷୀରେ ଭାରତୀୟ ପାଣିପାଗ କାର୍ଯ୍ୟାଳୟ (ଆଇଏମଡି) ପକ୍ଷରୁ ଦିଲ୍ଲୀ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହି ସମୟରେ ଦିଲ୍ଲୀରେ ମଧ୍ୟମରୁ ପ୍ରବଳ ବର୍ଷା ହେବ ବୋଲି ସତର୍କବାଣୀ ଜାରି କରାଯାଇଛି। ଆଇଏମଡି ପକ୍ଷରୁ ଆଗାମୀ ସାତ ଦିନ ପର୍ଯ୍ୟନ୍ତ ଦିଲ୍ଲୀରେ ସାମାନ୍ୟରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପୂର୍ବାନୁମାନ କରାଯାଇଛି। ଶନିବାର ସକାଳୁ ଦିଲ୍ଲୀରେ ଅବିଶ୍ରାନ୍ତ ବର୍ଷା ଲାଗି ରହିଛି। ବର୍ଷା ଯୋଗୁଁ ଦିଲ୍ଲୀ ସହରର ଅଧିକାଂଶ ଅଞ୍ଚଳ ଏବେମଧ୍ୟ ଜଳମଗ୍ନ ରହିଛି। ଅବଶ୍ୟ ଶନିବାର ଓ ରବିବାର ଦୁଇ ଦିନ ଛୁଟି ଥିବାରୁ ଟ୍ରାଫିକ ସମସ୍ୟା ଏତେଟା ଗୁରୁତର ରୂପ ଧାରଣ କରିନାହିଁ। ତେବେ ତଳୁଆ ଅଞ୍ଚଳରେ ବାସ କରୁଥିବା ଲୋକଙ୍କୁ ଭୀଷଣ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ବର୍ଷା ଯୋଗୁଁ ଏମ୍‌ସ ଟ୍ରମା ସେଣ୍ଟର ପାଣିରେ ବୁଡିଯାଇଛି। ଫଳରେ ଟ୍ରମା ସେଣ୍ଟରର ଓଟି (ଅପରେସନ ଥିଏଟର) ଅକାମୀ ହୋଇପଡିଛି ବୋଲି ଏମ୍‌ସ ମିଡିଆ ମୁଖପାତ୍ର ରିମା ଦାଦା କହିଛନ୍ତି। ଟ୍ରମା ସେଣ୍ଟର ବେସ୍‌ମେଣ୍ଟ (ତଳ ମହଲା)ରେ ଭାରୀ ଜେନେରଟର ଏବଂ ଅନ୍ୟ ଯନ୍ତ୍ରପାତି ରହିଥିବାବେଳେ ସେଗୁଡିକ ମଧ୍ୟ ପାଣିରେ ବୁଡିଯାଇଛି। ସୂଚନାଯୋଗ୍ୟ ଗୁରୁବାର ରାତିରୁ ପ୍ରବଳ ବର୍ଷା ଲାଗି ରହିଥିବାରୁ ଶୁକ୍ରବାର ଭୋର ସମୟରେ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନବନ୍ଦର ଟର୍ମିନାଲ-୧ର ଛାତ ଭୁଶୁଡି ଜଣେ ପ୍ରାଣ ହରାଇଥିବାବେଳେ ୬ ଜଣ ଆହତ ହୋଇଛନ୍ତି। ଏହାବ୍ୟତୀତ ବର୍ଷାଜନିତ ଘଟଣାରେ ଦିଲ୍ଲୀରେ ଏପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ବର୍ଷା ଯୋଗୁଁ ଦିଲ୍ଲୀ ତାପମାତ୍ରା ହ୍ରାସ ପାଇଛି। ଶନିବାର ଦିଲ୍ଲୀର ତାପମାତ୍ରା ୨୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଏହାଫଳରେ ଦିଲ୍ଲୀ ବାୟୁମଣ୍ଡଳ ମଧ୍ୟ ଅପେକ୍ଷାକୃତ ସ୍ବଚ୍ଛ ହେବାରେ ଲାଗିଛି। ଶନିବାର ଦିଲ୍ଲୀର ଏକ୍ୟୁଆଇ (ଏୟାର କ୍ବାଲିଟି ଇଣ୍ଡେକ୍ସ) ୧୦୮ ରହିଛି ବୋଲି କେନ୍ଦ୍ର ପରିବେଶ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ପ୍ରବଳ ବର୍ଷା ଯୋଗୁଁ ଗୁଜରାଟ ରାଜକୋଟ ବିମାନବନ୍ଦରର ଛାତ (କାନୋପି) ଭୁଶୁଡି ପଡିଛି। ତେବେ ଏହି ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories