www.samajalive.in
Sunday, December 7, 2025
14.1 C
Bhubaneswar

ଟି-୨୦ ଫର୍ମାଟ୍‌ରୁ ବିରାଟ-ରୋହିତଙ୍କ ବିଦାୟ

ବ୍ରିଜ୍‌ଟାଉନ୍‌ : ଭାରତ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଚମ୍ପିଆନ୍ ହୋଇଛି। ଶନିବାର ଏକ ରୋମାଞ୍ଚକର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ମାତ୍ର ୭ ରନ୍‌ରେ ଭାରତ ପରାସ୍ତ କରିଛି। ଏହାରି ମଧ୍ୟରେ ପ୍ରଶଂସକଙ୍କୁ ଏକ ବଡ ଝଟକା ଲାଗିଛି। ଟି-୨୦ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ବିରାଟ କୋହଲି ଏବଂ ରୋହିତ୍ ଶର୍ମା। ଭାରତ ଟି-୨୦ ବିଶ୍ଵକପ୍ ଚାମ୍ପିୟନ ହେବା ପରେ ଉଭୟ ବଡ ଘୋଷଣା କରିଛନ୍ତି। ଯାହା ତାଙ୍କର କୋଟି କୋଟି ପ୍ରଶଂସକ ମାନଙ୍କୁ ଶକ୍ତ ଝଟକା ଦେଇଛି। ନିଜର ଶେଷ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ଭାରତକୁ ଚାମ୍ପିୟନ କରାଇବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ତୁଲାଇଥିଲେ କୋହଲି। ଏତିସହିତ ମ୍ୟାଚ୍ ବିଜୟ ପଛରେ ରଣନୀତି ରେ ରୋହିତ୍ ଶର୍ମାଙ୍କ ଅବଦାନ ସବୁଦିନ ପାଇଁ ମନେରହିବ । ବିରାଟ କହିଛନ୍ତି ଯେ ଏହି ବିଶ୍ଵକପ୍ ମୋର ଶେଷ ଟି-୨୦ ବିଶ୍ଵକପ୍ । ଏବେ ସମୟ ଆସିଛି ନୂଆ ପିଢିକୁ ଆଗକୁ ଯିବାର। ୨୦୧୦ରେ ଜିମ୍ବାଓ୍ବେ ବିପକ୍ଷରେ ଟି-୨୦ ଡେବ୍ୟୁ କରିଥିଲେ ବିରାଟ। ଶେଷ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟ୍ବେଣ୍ଟି-୨୦ ବିଶ୍ଵକପ୍ ଚାମ୍ପିୟନ୍ ହେବା ପରେ ଅବସର ଘୋଷଣା କରିଛନ୍ତି।

 

- Advertisement -

 

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories