ବଦଳିବ ଏହି ରାଶିଙ୍କ ଭାଗ୍ୟ: ସାପ୍ତାହିକ ରାଶିଫଳ

ମେଷ:ରବିବାର ଓ ସୋମବାର ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ପୈତୃକ ସମ୍ପତ୍ତିରୁ ଲାଭବାନ ହେବେ। ମଙ୍ଗଳବାର ଓ ବୁଧବାର ଦୂରଯାତ୍ରା ନ କରିବା ଭଲ। ଶାରୀରିକ ଅସୁସ୍ଥତା ଦେଖାଦେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ। ପାରିବାରିକ ଜୀବନ ଆନନ୍ଦରେ କଟିବ। ମହିଳା ଓ ବିଦ୍ୟାର୍ଥୀ କର୍ମପ୍ରିୟ ହେବେ। ରିଷ୍ଟ ଖଣ୍ଡନ ପାଇଁ ମା’ବଗଳାମୁଖୀଙ୍କ ମନ୍ତ୍ର ପାଠ କରନ୍ତୁ।
ବୃଷ: ରବିବାର ଓ ସୋମବାର ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ମଙ୍ଗଳବାର ଓ ବୁଧବାର ଅର୍ଥହାନି ହୋଇପାରେ। କର୍ମ ବନ୍ଧନ ଯୋଗ ସୃଷ୍ଟି ହେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ନୂତନ ନିଯୁକ୍ତି ପାଇପାରନ୍ତି। ବନ୍ଧୁ ସହଯୋଗ ଲାଭ ହେବ। ଆୟ ବୃଦ୍ଧି ହେବ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀରୁଦ୍ରାଷ୍ଟକ ପାଠ କରନ୍ତୁ ଓ ଗରିବଙ୍କୁ ଅନ୍ନଦାନ କରନ୍ତୁ।

ମିଥୁନ: ରବିବାର ଓ ସୋମବାର ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ। ପ୍ରେମରେ ସଫଳତା ପ୍ରାପ୍ତି ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଶାରୀରିକ ଅସୁସ୍ଥତା ଦେଖାଦେଇପାରେ। ଶତ୍ରୁ ବୃଦ୍ଧି ହେବ। ମାନହାନି ହୋଇପାରେ। ଶୁକ୍ରବାର ଓ ଶନିବାର ପରିଶ୍ରମ ଅନୁସାରେ ଫଳପ୍ରାପ୍ତି ହେବ। ସମସ୍ୟା ଦୂର କରିବା ପାଇଁ ଚେଷ୍ଟା କରିବେ। ମହିଳା ଓ ବିଦ୍ୟାର୍ଥୀ ଶ୍ରୀଯୁକ୍ତ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀନାରାୟଣଙ୍କ ମନ୍ତ୍ର ପାଠ କରନ୍ତୁ।
କର୍କଟ:ରବିବାର ଓ ସୋମବାର ସହଯୋଗୀଙ୍କ ସହଯୋଗ ମିଳିବ ନାହିଁ। ଶତ୍ରୁ ଦ୍ବାରା ପରାଭୂତ ହେବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଆର୍ଥିକ ଅନିୟମିତତା ଦୂରୀଭୂତ ହେବ। ଶୁକ୍ରବାର ଓ ଶନିବାର ଅସୁବିଧାରେ ପଡ଼ିବେ। ଆତ୍ମୀୟସ୍ବଜନଙ୍କଠାରୁ ବିପଦର ଆଶଙ୍କା ରହିଛି। ସାମାନ୍ୟ ତ୍ରୁଟି ଆପଣଙ୍କୁ ଅସୁବିଧାରେ ପକାଇ ଦେଇପାରେ। ମହିଳା ଓ ବିଦ୍ୟାର୍ଥୀ ସୃଜନଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଶିବଙ୍କ ସହସ୍ରନାମ ପାଠ କରନ୍ତୁ।
ସିଂହ: ରବିବାର ଓ ସୋମବାର ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ନୂତନ ଦ୍ରବ୍ୟ କ୍ରୟ କରିବେ। ଶ୍ରୀ ଯୁକ୍ତ ହେବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଦାମ୍ପତ୍ୟରେ କଳହ ଦେଖାଦେବ। ବିପଦରେ ପଡ଼ିପାରନ୍ତି। ଶୁକ୍ରବାର ଓ ଶନିବାର ପରିସ୍ଥିତିରେ ପରିବର୍ତ୍ତନ ଆସିବ। କର୍ମ ଅନୁରୂପ ଫଳ ପାଇବେ। ମହିଳା ଓ ବିଦ୍ୟାର୍ଥୀ ଯଶଲାଭ କରିବେ। ରିଷ୍ଟ ଖଣ୍ଡନ ପାଇଁ ଓଁ ଘୃଣୀ ସୂର୍ଯ୍ୟ ନାରାୟଣାୟ ନମଃ ମନ୍ତ୍ର ଜପ କରନ୍ତୁ।
କନ୍ୟା: ରବିବାର ସୋମବାର ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ। ସନ୍ତାନମାନଙ୍କୁ ନେଇ ଚିନ୍ତା ପ୍ରକଟିତ ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସାମାଜିକ ପ୍ରତିଷ୍ଠା ପ୍ରାପ୍ତି ହେବ। ଯଶ, ମାନ, ଗୌରବ ପ୍ରାପ୍ତ ହେବ। ଶୁକ୍ରବାର ଓ ଶନିବାର ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବ। ଆୟ ଓ ବ୍ୟୟ ମଧ୍ୟମ ରହିବ। ମହିଳା ଓ ବିଦ୍ୟାର୍ଥୀ ଭାବିଚିନ୍ତି କାର୍ଯ୍ୟ କରିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଲଳିତା କବଚ ପାଠ କରନ୍ତୁ।
ତୁଳା: ରବିବାର ଓ ସୋମବାର ବ୍ୟବସାୟରେ ଲାଭବାନ ହେବେ। କୃଷିଜାତ ଦ୍ରବ୍ୟରୁ ଲାଭ ମିଳିବାର ସମ୍ଭାବନା। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବେ। ମାଲିମକଦ୍ଦମାରେ ପଡ଼ିପାରନ୍ତି। ଶତ୍ରୁଦ୍ବାରା ପରାଭୂତ ହେବେ। ଶୁକ୍ରବାର ଓ ଶନିବାର ପ୍ରଗତିରେ ପଥରୋଧ ହେବ। ଭ୍ରାତୃବିବାଦ ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ଭ୍ରମଣପ୍ରିୟ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଲକ୍ଷ୍ମୀ ସହସ୍ରନାମ ପାଠ କରନ୍ତୁ।
ବିଛା:ରବିବାର ଓ ସୋମବାର କାର୍ଯ୍ୟସିଦ୍ଧି ହେବ। ଆଧ୍ୟାତ୍ମିକ ଚିନ୍ତାଧାରାଯୁକ୍ତ ହେବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ। ଦୂରଯାତ୍ରା କରିପାରନ୍ତି। ଶୁକ୍ରବାର ଓ ଶନିବାର କର୍ମକୁଶଳୀ ହେବେ। ଉପରିସ୍ଥ କର୍ମୀଙ୍କ ଦ୍ବାରା ପ୍ରଶଂସିତ ହେବେ। ସୁସ୍ବାଦୁ ଭୋଜନ ପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ ମନନଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ସୁନ୍ଦରାକାଣ୍ଡ ପାଠ କରନ୍ତୁ।
ଧନୁ: ରବିବାର ଓ ସୋମବାର ଜଗିରଖି ଚଳିବେ। ମା’ଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ପ୍ରକଟ କରିବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ସ୍ତ୍ରୀ ହେତୁକ ଧନପ୍ରାପ୍ତି ହେବ। ନୂତନ ଯାନବାହନ କ୍ରୟ କରିବେ। ଶୁକ୍ରବାର ଓ ଶନିବାର ଅଯଥା ବିବାଦରେ ପଡ଼ିବେ। ଋଣଗ୍ରସ୍ତ ହୋଇପାରନ୍ତି। ମହିଳା ଓ ବିଦ୍ୟାର୍ଥୀ କ୍ରିୟାଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଦୁର୍ଗା ତାଣ୍ଡବ ପାଠ କରନ୍ତୁ।
ମକର: ରବିବାର ଓ ସୋମବାର ମାନସିକ ଅବସାଦ ଦେଖାଦେଇପାରେ। ପାରିବାରିକ ଅଶାନ୍ତି ଦେଖାଦେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଆର୍ଥିକ ସ୍ଥିତି ସ୍ବଚ୍ଛଳ ହେବ। କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ପ୍ରାପ୍ତି ହେବ। ଯଶ, ମାନ ଓ ଗୌରବର ଅଧିକାରୀ ହେବେ। ଶୁକ୍ରବାର ଓ ଶନିବାର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଶାରୀରିକ ଅସୁସ୍ଥତା ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ଲାଭବାନ ହେବେ। ରିଷ୍ଟ ଖଣ୍ଡନ ପାଇଁ ମା’କାଳୀଙ୍କ ସ୍ତୋତ୍ର ପାଠ କରନ୍ତୁ।
କୁମ୍ଭ: ରବିବାର ଓ ସୋମବାର ବନ୍ଧୁଙ୍କ ଆଗମନ ହୋଇପାରେ। ସୁସ୍ବାଦୁ ଭୋଜନ ପ୍ରାପ୍ତି ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ କାର୍ଯ୍ୟ ପରିସର ବୃଦ୍ଧି ହେବ। ନୂତନ ନିଯୁକ୍ତି ପାଇପାରନ୍ତି। ଶୁକ୍ରବାର ଓ ଶନିବାର ପରିଶ୍ରମଜନିତ କ୍ଳାନ୍ତି ଅନୁଭୂତ ହେବ। ସ୍ତ୍ରୀ ହେତୁକ ଧନଲାଭ ହେବ। ସମସ୍ୟା ଦୂର ପାଇଁ ଚେଷ୍ଟା କରିବେ। ମହିଳା ଓ ବିଦ୍ୟାର୍ଥୀ ପ୍ରତିଷ୍ଠାଯୁକ୍ତ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଶିବସ୍ତୋତ୍ର ପାଠ କରନ୍ତୁ।
ମୀନ: ରବିବାର ଓ ସୋମବାର ପ୍ରତିଯୋଗିତାରେ ବିଜୟୀ ହେବେ। ସ୍ତ୍ରୀଙ୍କ ସହଯୋଗ ପ୍ରାପ୍ତି ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ପ୍ରତିଭାର ବିକାଶ ଘଟିବ। ସାମାଜିକ ପ୍ରତିଷ୍ଠା ପାଇବେ। ଶୁକ୍ରବାର ଓ ଶନିବାର ଯାନବାହନଜନିତ ସମସ୍ୟା ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ସାବଧାନତା ଅବଲମ୍ବନ କରିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଦୁର୍ଗାଷ୍ଟକ ପାଠ କରନ୍ତୁ ଓ ଗରିବଙ୍କୁ ଅନ୍ନଦାନ କରନ୍ତୁ।

Comments are closed.