www.samajalive.in
Sunday, December 14, 2025
26.1 C
Bhubaneswar

ବିଶ୍ଵକପ୍ ବିଜୟ ପରେ ଭାରତୀୟ ଦଳକୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଦ୍ଵିତୀୟଥର ଟି-୨୦ ଚାମ୍ପିୟନ ହେବା ପରେ ଦଳ ପାଇଁ ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ରାଷ୍ଟ୍ରପତି , ପ୍ରଧାନମନ୍ତ୍ରୀଙ୍କ ସହ ବହୁ ବିିଶିଷ୍ଠ ବ୍ୟକ୍ତିବିଶେଷ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି। ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲେଖିଛନ୍ତି , ଭାରତୀୟ ଦଳକୁ ବହୁତ୍ ଅଭିନନ୍ଦନ। ଦଳ ହାର ମାନିନଥିଲା। ଏବଂ କଠିନ ପରିସ୍ଥିତିର ସଫଳତାର  ସମ୍ମୁଖୀନ ହୋଇ ବିଜୟ ଟିକା ପିନ୍ଧିପାରିଛି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇ ଳେଖିଛନ୍ତି ଏହି ମ୍ୟାଚ୍ ଐିତିହାସିକ। ଆମ ଦଳ ବିଶ୍ଵକପ୍ ସ୍ଵଦେଶ ଆଣୁଛି। ଭାରତୀୟ କ୍ରିକେଟ୍ ଦଳ ପାଇଁ ମୁଁ ବହୁତ୍ ଗର୍ବିତ। ଅନ୍ୟପଟେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଲେଖିଛନ୍ତି ଏହି ଚମତ୍କାର ବିଜୟ ପାଇଁ ଭାରତୀୟ ଦଳକୁ ବହୁତ୍ ସାରା ଅଭିନନ୍ଦନ। ପୁରା ଟୁର୍ଣ୍ଣାମେଣ୍ଟରେ ଭାରତ ଚମତ୍କାର ପ୍ରଦର୍ଶନ କରିଥିଲା। ସୂର୍ଯ୍ୟଙ୍କ ଚମତ୍କାର କ୍ୟାଚ୍, ରୋହିତଙ୍କ ଚମତ୍କାର ନେତୃତ୍ଵ ଓ ରାହୁଲଙ୍କ ଚମତ୍କାର ଦିଗଦର୍ଶନ ପାଇଁ ମୁଁ ଢେରସାରା ଅଭିନନ୍ଦନ ଜଣାଉଛି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories