www.samajalive.in
Saturday, December 6, 2025
19.1 C
Bhubaneswar

ସମାଜ ପ୍ରବନ୍ଧ ପ୍ରତିଯୋଗିତାର ବିଷୟବସ୍ତୁ: ଗୋପବନ୍ଧୁଙ୍କ ସ୍ଵପ୍ନରେ ଓଡିଶାର ବିକାଶ

ଭୁବନେଶ୍ଵର: ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଉତ୍ସବ ଉପଲକ୍ଷେ ଶତାୟୁ ତଥା ଓଡ଼ିଶାର ଲୋକପ୍ରିୟ ଦୈନିକ ଖବରକାଗଜ ‘ସମାଜ’ ପକ୍ଷରୁ ଜିଲାସ୍ତରୀୟ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତା  ଆୟୋଜନ କରାଯାଉଛି। ଆଜି ପୂର୍ବାହ୍ଣ ୧୦ଟାରେ ରାଜ୍ୟର ୩୦ଟି ଜିଲା ସମେତ ଭୁବନେଶ୍ବର, ରାଉରକେଲା ଓ ଜୟପୁର ଠାରେ ଆୟୋଜିତ ହେଉଛି। ଏଥିରେ ୮ମ, ୯ମ ଓ ୧୦ମ ଶ୍ରେଣୀର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ। ଆଗ୍ରହୀ ଛାତ୍ରଛାତ୍ରୀ ପ୍ରତିଯୋଗିତା ସ୍ଥଳରେ ଦୁଇ ଘଣ୍ଟା ପୂର୍ବରୁ ପହଞ୍ଚିବେ। ସେଠାରେ ସେମାନଙ୍କୁ ପ୍ରବନ୍ଧର ବିଷୟ ବସ୍ତୁ ଦିଆଯିବ। ଜିଲାସ୍ତରରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ବିଜେତାଙ୍କୁ ସେହିଠାରେ ସ୍ଥାନୀୟ ଅତିଥିଙ୍କ ଦ୍ବାରା ପୁରସ୍କୃତ କରାଯିବ। ତେବେ ଆଜିର ପ୍ରବନ୍ଧ ପ୍ରତିଯୋଗିତାର ବିଷୟବସ୍ତୁ ରହିଛି ଗୋପବନ୍ଧୁଙ୍କ ସ୍ଵପ୍ନରେ ଓଡିଶାର ବିକାଶ। ଜିଲା ସ୍ତରର ଶ୍ରେଷ୍ଠ ପ୍ରତିଯୋଗୀଙ୍କ ପ୍ରବନ୍ଧର ମୂଲ୍ୟାୟନ କରାଯାଇ ସେଥିରୁ ରାଜ୍ୟ ସ୍ତରରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ବିଜେତାଙ୍କୁ ମନୋନୀତ କରାଯିବ। ସେମାନଙ୍କୁ ଆସନ୍ତା ଜୁଲାଇ ୬ ତାରିଖରେ ଭୁବନେଶ୍ବର ‘ସୂଚନା ଭବନ’ଠାରେ ଆୟୋଜିତ ଉତ୍କଳମଣିଙ୍କ ଶ୍ରାଦ୍ଧ ସମାରୋହ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ। ଜିଲା ସ୍ତରୀୟ ପ୍ରତିଯୋଗିତାରେ ଭାଗନେବା ଲାଗି ପ୍ରତିଯୋଗୀମାନେ ସାଥିରେ ‘ସମାଜ’ରେ ପ୍ରକାଶିତ ଏହି ବିଜ୍ଞାପନ ସୂଚନା ସହ ନିଜର ବିଦ୍ୟାଳୟ ପରିଚୟ ପତ୍ର (ଆଇଡି କାର୍ଡ) ଆଣିବେ। ଜୁଲାଇ ୬ ତାରିଖରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ ହେବ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେବା ନିମନ୍ତେ ସଦୟ ସ୍ବୀକୃତି ପ୍ରଦାନ କରିଛନ୍ତି। ଏହି ସ୍ବତନ୍ତ୍ର ଉତ୍ସବରେ ବରେଣ୍ୟ ଅତିଥି ଭାବେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ମଧ୍ୟ ଯୋଗ ଦେବେ। ଏଥିରେ ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ଶ୍ରୀ ରାଜ କୁମାର ଅଧ୍ୟକ୍ଷତା କରିବେ। ଏହି ଅବସରରେ ଗୋପବନ୍ଧୁଙ୍କ ଶ୍ରାଦ୍ଧ ସଂଖ୍ୟା ଓ ସତ୍ୟବାଦୀର ସ୍ବତନ୍ତ୍ର ସଂଖ୍ୟା ଉନ୍ମୋଚନ ସହିତ ବିଶିଷ୍ଟ ବ୍ୟକ୍ତିତ୍ବଙ୍କୁ ସମ୍ବର୍ଦ୍ଧନାର କାର୍ଯ୍ୟକ୍ରମ ରହିଛି ବୋଲି ‘ସମାଜ’ ସମ୍ପାଦକ ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories