ଖେଳୁଥିବାବେଳେ ପୋଖରୀରେ ପଡିଗଲେ ଶିଶୁ, ମେଡ଼ିକାଲରେ ମୃତ ଘୋଷଣା କଲେ ଡାକ୍ତର

ଧାମରା: ବାଂଶଡା ଥାନା ଅଧିନସ୍ତ ବେଗୁନିଆ ଗ୍ରାମରେ ଜଣେ ୨ବର୍ଷର ଶିଶୁ ପାଣିରେ ପଡି ମୃତ୍ୟୁ ବରଣ କରିଛି । ସୋରୋ ଥାନା ଅଂଚଳର ସୁରେଶ ମାଠଙ୍କ ପରିବାର ବେଗୁନିଆ ଗ୍ରାମକୁ ଆସିଥିଲେ। ଛୋଟ ଛୁଆ ଘର ପାଖରେ ଖେଳୁଥିବା ସମୟରେ ଅଜାଣତରେ ଘର ନିକଟରେ ଥିବା ପୋଖରୀରେ ପଡି ଯାଇଥିଲା । ଘର ଲୋକେ ଖୋଜାଖୋଜି କରି ପୋଖରୀରୁ ଶିଶୁକୁ ପାଇ ଚାନ୍ଦବାଲି ମେଡିକାଲକୁ ଆଣିଥିବା ବେଳେ ସେଠାରେ ଡାକ୍ତର ଉକ୍ତ ଶିଶୁକୁ ମୃତ ଘୋଷଣା କରିଥିଲେ । ଏ ନେଇ ବାଂଶଡା ଥାନାରେ ଏକ ଅପମୃତ୍ୟୂ ମାମଲା ରୁଜୁ ହୋଇଛି।

Comments are closed.