www.samajalive.in
Monday, December 8, 2025
27.1 C
Bhubaneswar

ଗୋମାଂସ ଭର୍ତ୍ତି କଣ୍ଟେନରକୁ କାବୁ କଲେ ବଜରଙ୍ଗ ଦଳ କର୍ମୀ

ଗୋପାଳପୁର:  ଗୋପାଳପୁର ୧୬ନଂ ଜାତୀୟ ରାଜପଥ ମାଣ୍ଡିଆ ପଲ୍ଲୀ ଛକ ଠାରେ ବଜରଙ୍ଗ ଦଳ କର୍ମୀଙ୍କ ପକ୍ଷରୁ ଏକ ଗୋମାଂସ ଭର୍ତ୍ତି କଣ୍ଟେନର କୁ କାବୁ କରାଯାଇଛି।କଣ୍ଟେନରଟି ଭୂବନେଶ୍ଵରରୁ ଆନ୍ଧ୍ରପ୍ରଦେଶ ଯାଉଥିଲା। ଆଜି ଭୋର୍ ୪ଟାବେଳେ ଗଞ୍ଜାମ ମାଣ୍ଡିଆ ପଲ୍ଲୀ ଛକଠାରେ କିଛି ବଜରଙ୍ଗ ଦଳ କର୍ମୀମାନେ କଣ୍ଟେନରଟିକୁ କାବୁ କରିଥିଲେ। ଏବଂ କଣ୍ଟେନରରେ ଥିବା ୧୮ କେଜି ଗୋମାଂସ ଜବତ କରିଥିଲେ। ଗାଡିର ଡ୍ରାଇଭର ଏ ନେଇ କୈାଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। ପରେ ଘଟଣା ନେଇ ଚମାଖଣ୍ଡି ଓ ଗୋପାଳପୁର ପୁଲିସ କୁ ଅବଗତ କରାଯାଇଥିଲା। ଚମାଖଣ୍ଡି ପୁଲିସ ଗାଡିଟିକୁ ଜବତ କରି ତଦନ୍ତ କରୁଥିବା ଜଣାପଡିଛି। ବଜରଙ୍ଗ ଦଳ କର୍ମୀଙ୍କ ଅଭିଯୋଗ ଅନୁଯାୟୀ ଆହୁରି ୨ ଟି କଣ୍ଟେନର ଆଗରୁ ଏହି ଅଞ୍ଚଳ ଅତିକ୍ରମ କରି ଆନ୍ଧ୍ରପଦେଶ ଅଭିମୁଖେ ଚାଲିଯାଇଛି।

Hot this week

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

Related Articles

Popular Categories