www.samajalive.in
Sunday, December 7, 2025
23.1 C
Bhubaneswar

ବ୍ରେସଲେଟ ଦେଖିବା ପରେ ସୁନାଗହଣା ଲୁଟ, ଧାମରା ଥାନାରେ ଅଭିଯୋଗ

ଧାମରା: ଧାମରା ଥାନା ନିକଟସ୍ଥ ଦୋସିଙ୍ଗା ବଜାର ଠାରେ ଜଣେ ସୁନା ଦୋକାନୀ ଠାରୁ ସୁନା ନେବା ବାହାନାରେ ଆସି ଦୋକାନରେ ଥିବା ଅଳଙ୍କାର ଲୁଟି ନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଧାମରା ଥାନାଧିକାରୀ ଶୋଭନ କୁମାର ସ୍ୱାଇଁଙ୍କ ଅଭିଯୋଗ ଅନୁଯାୟୀ ଦୋସିଙ୍ଗା ପଂଚାୟତରେ ରୀନା କାମିଳା ନାମକ ଜୈନିକା ମହିଳା ବାବା ଲୋକନାଥ ନାମକ ଏକ  ସୁନା ଦୋକାନ କାମ କରୁଥିଲେ । ଗତକାଲି ରାତ୍ରି ୧୦ଟା ସମୟରେ ୨ଜଣ ଯୁବକ ଆସି ଗୋଟିଏ ବ୍ରେସଲେଟ ନେବେ ବୋଲି କହିବା ସହ କଣ କଣ ଡିଜାଇନ ଅଛି ଦେଖାଇବାକୁ କହିଥିଲେ ।

ଏହି ସମୟରେ ସଂପୃକ୍ତ ମହିଳା ଜଣକ ବିଭିନ୍ନ ଡିଜାଇନର ବ୍ରେସଲେଟ  ଦେଖାଉଥିବା ବେଳେ ଆସିଥିବା ଯୁବକମାନେ ଜୋର ଜବରଦସ୍ତ ଦୋକାନର ସର୍ଟର ପକାଇ ମହିଳାଙ୍କ ପାଟି ବନ୍ଦ କରି ସମସ୍ତ ଅଲଙ୍କାରମାନ ଲୁଟ କରି ନେଇଥିଲେ ।

- Advertisement -

ଦୋକାନରେ ସିସି ଟିଭି ଲାଗିଥିବା ଦେଖି ଉକ୍ତ ୨ଯୁବକ ସଂପୃକ୍ତ ସିସିଟିଭିର ହାର୍ଡଡିସ୍କ ମଧ୍ୟ ନେବାକୁ ଭୁଲି ନଥିଲେ । ପରେ ଦୋକାନର ସର୍ଟର ଖୋଲି ସେମାନେ ପଳାଇବା ପରେ ସଂପୃକ୍ତ ମହିଳା ପାଟି କରି ସ୍ଥାନୀୟ ଲୋକଙ୍କୁ ଖବର ଦେବା ସହ ଧାମରା ଥାନାରେ  ଲିଖିତ ଅଭିଯୋଗ କରିଛନ୍ତି ଏବଂ ଦୋକନରୁ ୩ଶହ ଗ୍ରାମରୁ ଅଧିକ ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି। ଧାମରା ଥାନାଧିକାରୀ ଏହି ଘଟଣାର ତଦନ୍ତ ଚଳାଇଛନ୍ତି ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories