www.samajalive.in
Wednesday, December 10, 2025
16.1 C
Bhubaneswar

ରଥଯାତ୍ରା ସୁପରିଚାଳନା ନିମନ୍ତେ ବ୍ୟବସ୍ଥା କଡାକଡି, ୯୦ ଅଫିସର ନିୟୋଜିତ

ଭୁବନେଶ୍ବର : ରଥଯାତ୍ରା ସୁପରିଚାଳନା ନିମନ୍ତେ ସମସ୍ତ ବ୍ୟବସ୍ଥା କଡାକଡି କରାଯାଉଛି । ଚଳିତ ଥର ରଥଯାତ୍ରା ପାଇଁ ପୁରୀ ଆସୁଥିବା ଭକ୍ତଙ୍କ ଗଣନା ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ପୁରୀକୁ ସଂଯୋଗ କରୁଥିବା ପ୍ରମୁଖ ୩ଟି ମାର୍ଗରେ ବାଇକ୍, ଅଟୋ, ବସ୍ ଓ କାରରେ ଆସୁଥିବା ଯାତ୍ରୀଙ୍କ ଗଣନା ହେବ । ଏହା ସହ ହୋଟେଲ, ଧର୍ମଶାଳା ଓ ଲଜିଂରେ ମଧ୍ୟ ଭକ୍ତଙ୍କ ଗଣନା କରାଯିବ । ଅନ୍ୟପଟେ ରଥଯାତ୍ରାର ସୁପରିଚାଳନା ନିମନ୍ତେ ୯୦ ଜଣ ଅଫିସରଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି । ତହସିଲଦାର, ବିଡିଓ, ପୌର ନିର୍ବାହୀ ଅଧିକାରୀ ପ୍ରମୁଖ ୯୦ ଜଣ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କୁ ନିୟୋଜିତ କରିଛନ୍ତି ରାଜ୍ୟ ସରକାର ।

କହିରଖୁଛୁ ଆସନ୍ତା ୬ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୭ ତାରିଖରେ ରାଷ୍ଟ୍ରପତି ବିଶ୍ଵପ୍ରସିଦ୍ଧ ରଥଯାତ୍ରାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଣୁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ ମନ୍ଦିରରେ ଭିଆଇପିଙ୍କ ପ୍ରବେଶ ଉପରେ କଟକଣା କରାଯାଇଛି। ସୋମବାର ଏ ସମ୍ପର୍କରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଆଇନମନ୍ତ୍ରୀଙ୍କ ସୂଚନା ଅନୁସାରେ, ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଲାଗି ପଦକ୍ଷେପ ନିଆଯାଇଛି। ଆସନ୍ତା କାଲି ଅର୍ଥାତ ମଙ୍ଗଳବାର ରଥଯାତ୍ରା ସମ୍ପର୍କିତ ଚୂଡ଼ାନ୍ତ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୈଠକରେ ରଥଯାତ୍ରା ପାଇଁ ହୋଇଥିବା ପ୍ରସ୍ତୁତିର ସମୀକ୍ଷା କରିବେ।

ରଥଯାତ୍ରା ପାଇଁ ପୁରୀକୁ ଗଡିବ ୩୧୫ ସ୍ବତନ୍ତ୍ର ଟ୍ରେନ୍

- Advertisement -

Hot this week

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

Related Articles

Popular Categories