ଝରଣାରେ ଭାସିଗଲେ ଯୁବକ, ସାମ୍ନାକୁ ଆସିଲା ଭିଡିଓ

ପୁଣେ : ପୁଣେର ପିମ୍ପରୀ ଚିଞ୍ଚଓ୍ବାଡରେ ତମହିନୀ ଘାଟ ଘରଣାରେ ଗାଧୋଇବା ସମୟରେ ଜଣେ ଯୁବକ ବୁଡିଯାଇଛନ୍ତି । ଏହି ସମୟର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଏଥିରେ ନଜର ଆସୁଛି କି ଜଣେ ଯୁବକ ଝରଣାରେ ବହୁତ ଉଚ୍ଚରୁ ଡେଉଁଛନ୍ତି ଏବଂ ପହଁରି କୂଳକୁ ଆସିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ସେ ସ୍ରୋତରେ ଭାସିଯାଉଛନ୍ତି । ଏହି ଘଟଣା ପରେ ତୁରନ୍ତ ତାଙ୍କୁ ଉଦ୍ଧାର ପାଇଁ ଅଭିଯାନ ଚଳାଗଲା କିନ୍ତୁ ତାଙ୍କୁ ଉଦ୍ଧାର ସମ୍ଭବ ହୋଇପାରିଲାନାହିଁ । ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଏଥିରେ ସମସ୍ତେ ଶୋକ ପ୍ରକଟ କରୁଛନ୍ତି।

Comments are closed.