www.samajalive.in
Tuesday, December 9, 2025
16.1 C
Bhubaneswar

ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଗ୍ୟାସ ଲିକ ଘଟଣାର ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର:  ରାଉରକେଲାଷ୍ଟିଲ ପ୍ଲାଣ୍ଟର ବ୍ଲାଷ୍ଟ ଫର୍ଣ୍ଣେନ୍ସରେ ଗ୍ୟାସ ଲିକ ଯୋଗୁଁ ୯ ଜଣ ଆହତ ହେବା ଏକ ଅଭାବନୀୟ ଓ ଦୁର୍ଭାଗ୍ୟଜନକ ଅଘଟଣା। ଏହି ଘଟଣାରେ ଭୁଲ ଓ ଅବହେଳା ଥିଲେ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ  ଗଣେଶ ରାମସିଂ ଖୁଣ୍ଟିଆ ପ୍ରକାଶ କରିଛନ୍ତି। ଶ୍ରମ ବିଭାଗର ପ୍ରମୁଖ ଶାସନ ସଚିବ ଏ ସମ୍ବନ୍ଧରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ପାଇଁ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ପ୍ଲାଣ୍ଟର (୫ ନମ୍ବର) ବ୍ଲାଷ୍ଟ ଫର୍ଣ୍ଣେନ୍ସରେ ଆଜି ପୂର୍ବାହ୍ନ ୧୦ଟା ୧୫ ମିନିଟ୍ରେଗ୍ୟାସ୍ଲିକ୍ ହୋଇଥିଲେ। ଏଥିରେ ୯ ଜଣ ଶ୍ରମିକ (୩ ଜଣ ନିୟମିତ ଓ ୬ ଜଣ ଠିକାଶ୍ରମିକ) ଆହତ ହୋଇଥିଲା। ଡେପୁଟି ଡାଇରେକ୍ଟର ଓ ଆସିଷ୍ଟାଣ୍ଟ ଡାଇରେକ୍ଟର ଅଫ ଫ୍ୟାକ୍ଟ୍ରିଜ ଓ ବଏଲରସ୍ ତୁରନ୍ତ ଘଟଣାସ୍ଥଳକୁ ଯାଇଥିଲେ। ଆହତ ୯ ଜଣଙ୍କୁ ଚିକିତ୍ସା ପାଇଁ ପ୍ଲାଣ୍ଟର ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ନିଆଯାଇଥିଲା। ତନ୍ମଧ୍ୟରୁ ଜଣଙ୍କୁ ଅକ୍ସିଜେନ୍ ଦେବା ପରେ ଛାଡ଼ି ଦିଆଯାଇଥିଲା।  ଅନ୍ୟ ୮ ଜଣଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲାା ୭ ଜଣ ଶ୍ରମିକଙ୍କ ସ୍ୱାସ୍ଥ୍ୟାବସ୍ଥା ବିପଦମୁକ୍ତ ରହିଛି।

- Advertisement -

ତେବେ ସେମାନେ ଆଇସିୟୁରେ ଅଛନ୍ତି ଓ ଅକ୍ସିଜେନ୍ ଦିଆଚାଲିଛିା ଡେପୁଟିଡାଇରେକ୍ଟର ଅଫ ଫ୍ୟାକ୍ଟ୍ରିଜ  ଓ ବଏଲରସ୍ର ବିଭୁ ପ୍ରସାଦ କହିଛନ୍ତି ଯେ ଅନ୍ୟ ଜଣେ ଶ୍ରମିକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି। ଡାଇରେକ୍ଟର ଅଫ ଫ୍ୟାକ୍ଟ୍ରିଜ ଓ ବଏଲରସ୍ ଅନୁସନ୍ଧାନ କରି ଶ୍ରମ ବିଭାଗର ପ୍ରମୁଖ ସଚିବଙ୍କୁୁ ଜଣାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛିା

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories