www.samajalive.in
Monday, December 8, 2025
20.1 C
Bhubaneswar

୭ ବର୍ଷରେ କରଦାତାଙ୍କ ସଂଖ୍ୟା ୨ ଗୁଣା

ଭୁବନେଶ୍ବର : ବସ୍ତୁ ଏବଂ ସେବା କର କାର୍ଯ୍ୟକାରିତାର ୭ ବର୍ଷ ଅବସରରେ ରାଜସ୍ବ ବିହାର ହିନ୍ଦୀ ସଦନରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଏକ ସପ୍ତାହ ଧରି ଜାରି ରହିବ । ଏଥିରେ କରଦାତା, ଟ୍ରେଡର୍ସ, ଛାତ୍ରଛାତ୍ରୀ,ବ୍ୟବସାୟୀ, ସାଧାରଣ ଲୋକେ ଆଦି ସାମିଲ ହେବେ । ଆଜି ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ପ୍ରଧାନ ଆୟୁକ୍ତ ଭିଏନ୍ ଥେଟେ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ । ଏହି ଅବସରରେ ସେ ଗତ ୭ ବର୍ଷରେ ଜିଏସଟିର ଭୂମିକା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ତ୍ତା ପ୍ରଦାନ କରିଥିଲେ ।

ଝରଣାରେ ଭାସିଗଲେ ଯୁବକ, ସାମ୍ନାକୁ ଆସିଲା ଭିଡିଓ

- Advertisement -

ଗତ ୭ ବର୍ଷରେ କରଦାତାଙ୍କ ସଂଖ୍ୟା ଦୁଇଗୁଣା ହୋଇଥିବା ସେ କହିଥିଲେ । ପ୍ରଯୁକ୍ତିବିଦ୍ୟାର ପ୍ରଚାର ପ୍ରସାର ମଧ୍ୟ ଏହାର ଏକ ଗୁରୁତ୍ବ ଭୂମିକା ନିର୍ବାହ କରୁଛି । କରଦାତାଙ୍କ ଯୋଗୁଁ କର ରାଜସ୍ବ ୨୦୧୭-୧୮ରେ ୮ ଲକ୍ଷ ଥିବାବେଳେ ୨୦୨୩-୨୪ ମସିହାରେ ଏହା ୨୦ ଲକ୍ଷକୁ ବୃଦ୍ଧି ପାଇଥିବା ସେ ସୂଚନା ଦେଇଥିଲେ । ମଧୁସୂଦନ ଲ’ ବିଶ୍ବବିଦ୍ୟାଳୟର କୁଳପତି କମଲଜିତ୍ ସିଂହ ଜିଏସଟି ଆଇନର ବିକାଶ ସମ୍ପର୍କରେ ଅଭିଭାଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମ ୭ ଦିନ ଧରି ଚାଲିବ । ଏବଂ କରପୈଠକୁ ପ୍ରୋତ୍ସାହନ ଦେବା ପାଇଁ ଡ୍ରଇଂ ପ୍ରତିଯୋଗିତା, ପ୍ରବନ୍ଧ ଲିଖନ, ସାଧାରଣଜ୍ଞାନ ପ୍ରତିଯୋଗିତା ଆଦିର କାର୍ଯ୍ୟକ୍ରମ ରହିଛି ।

ଜୁଲାଇରେ ଏହି ରାଶିଙ୍କ ରହିବନି ଚିନ୍ତା : ଖୋଲିବ ବନ୍ଦ ଭାଗ୍ୟର ତାଲା, ମିଳିବ ଚାକିରି,ଧନ..

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories