www.samajalive.in
Tuesday, December 9, 2025
17.1 C
Bhubaneswar

‘ସ୍ୱାସ୍ଥ୍ୟ ହିଁ ସମ୍ପଦ’ ଏଥିପ୍ରତି ସମସ୍ତେ ଯତ୍ନବାନ ହେବା ଉଚିତ-ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ସମନ୍ୱିତ ସ୍ବାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ । ଏହି କାର୍ଯ୍ୟକ୍ରମକୁ ଗଞ୍ଜାମର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡ଼ିକାଲ କଲେଜରୁ ଶୁଭାରମ୍ଭ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ବ୍ରହ୍ମପୁରସ୍ଥିତ ଡାଇମଣ୍ଡ ଜୁବୁଲି ଟାଉନହଲ ପରିସରରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ମନ୍ତ୍ରୀ ମହାଲିଙ୍ଗ କହିଲେ ଯେ ସ୍ୱାସ୍ଥ୍ୟ ହିଁ ସମ୍ପଦା ଏଥିପ୍ରତି ସମସ୍ତେ ଯତ୍ନବାନ ହେବା ଉଚିତା ସମନ୍ୱିତ ସର୍ବେକ୍ଷଣ ଅଭିଯାନ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆବାହକତ୍ୱରେ ହେଉଛି। ଏହା ଲୋକଙ୍କୁ ଡାଇରିଆ, ଡେଙ୍ଗୁ, ଟିବି, କୁଷ୍ଠ, ଯକ୍ଷ୍ମା ଭଳି ମାରାତ୍ମକ ରୋଗ ବିଷୟରେ ସଚେତନ କରାଇବା ଏହି ବର୍ଷ ହେପାଟାଇଟିସ୍-ବି ପାଇଁ ପରୀକ୍ଷା କରାଯାଇ ନ ଥିବା ଗର୍ଭବତୀ ମହିଳାମାନଙ୍କୁ ମଧ୍ୟ ଏହି ଅଭିଯାନରେ ସାମିଲ କରାଯାଇଛିା ଏହି ଅଭିଯାନ ଆଜିଠାରୁ ଆରମ୍ଭ ହୋଇ ଅଗଷ୍ଟ ମାସ ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ମନ୍ତ୍ରୀ ମହାଲିଙ୍ଗ ବକ୍ତବ୍ୟରେ କହିଥିଲେ।

ଏହି ଅଭିଯାନ ସମୟରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ସମସ୍ତ ପରିବାରକୁ ଆଶାକର୍ମୀମାନେ ପରିଦର୍ଶନ କରି ଓଆରଏସ୍, ଜିଙ୍କର ବ୍ୟବହାର, ଶୌଚାଳୟ ବ୍ୟବହାର କରିବା ଓ ହାତକୁ ସାବୁନ୍ରେ ଭଲଭାବେ ଧୋଇବା ଇତ୍ୟାଦି ବିଷୟରେ ସଚେତନ କରାଇବୋ ଜିଙ୍କ, ଓଆରଏସ୍, ଆରଡିଟି ଭଳି ସାମଗ୍ରୀ ମହଜୁଦ ରଖିବା ପାଇଁ ଇଣ୍ଟିଗ୍ରେଟେଡ୍ ଔଊC କର୍ନର ସେଟଅପ୍ କରାଯିବ ଏବଂ ନିୟନ୍ତ୍ରଣ ଷ୍ଟକ୍ ସହିତ ପ୍ରଦର୍ଶିତ ହେବା ଏହି ଅଭିଯାନ ୨୦୧୪ ରୁ ଚାଲିଆସୁଛି ଏବଂ ପ୍ରାୟ ୮,୩୮,୦୦୦ ପରିବାର ଓ ପ୍ରାୟ ୫୦୮୬ ଜଣ ପାଞ୍ଚ ବର୍ଷରୁ କମ ବୟସର ଶିଶୁ ଏହି ଅଭିଯାନରେ ସାମିଲ ହୋଇ ଏହାର ସୁଫଳ ପାଇସାରିଛନ୍ତିା ଡାଇରିଆରେ ଚିହ୍ନଟଙ୍କୁ ଓଆରଏସ ଏବଂ ଜିଙ୍କ ସହିତ ଚିକିତ୍ସିତ କରାଯାଇଥିଲା।

- Advertisement -

ସେହିଭଳି ମ୍ୟାଲେରିଆ ଓ ଡେଙ୍ଗୁ ରୋଗୀ ଚିହ୍ନଟ ନିମନ୍ତେ ପ୍ରାୟ ୨୫,୬୪୦ ଜ୍ୱର ପରୀକ୍ଷା କରାଯାଇଛି, ଟିବି ନିମନ୍ତେ ୨୫୯୧ଟି ଓ ୧୯୯୪ଟି କୁଷ୍ଠଜନିତ ରୋଗୀଙ୍କୁ ଚିହ୍ନଟ କରାଯାଇ ତଦନୁସାରେ ପଦକ୍ଷେପ ନିଆଯାଇଛିା ଏହା ଏକ ବୃହତ ଓ ଏକୀକୃତ ଅଭିଯାନ, ଯାହାର ସମୟ ସମୟରେ ଟିଭି, ସମ୍ବାଦପତ୍ର, ରେଡ଼ିଓ ଓ ଗଣମାଧ୍ୟମ ମାଧ୍ୟମରେ ସଚେତନତା କରାଯାଉଛିା ସମସ୍ତ ଆଶାକର୍ମୀଙ୍କୁ ଏନେଇ ଏକ ରେଫରେନ୍ସ ପୁସ୍ତିକା ପ୍ରଦାନ କରାଯାଇଛି। ଆମେ ଆଶା କରୁଛୁ ଯେ ଚଳିତ ବର୍ଷ ମଧ୍ୟ ଏହି ଅଭିଯାନ ସଫଳତାର ସହ କାର୍ଯ୍ୟକାରୀ ହେବ ଏବଂ ମିଳିମିଶି ସମସ୍ତେ ଏହାର ଲକ୍ଷ୍ୟ ହାସଲ କରିବା ବୋଲି ଅନ୍ୟତମ ଅତିଥି ଭାବେ ଯୋଗଦେଇ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ  ଗୋକୁଳାନନ୍ଦ ମଲ୍ଲିକ କହିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories