www.samajalive.in
Monday, December 8, 2025
24.1 C
Bhubaneswar

ରକ୍ତ ଶିକୁଳି ରୋଗର ନିରାକରଣ ସଚେତନତା ଅଭିଯାନ

ଫୁଲବାଣୀ: ରକ୍ତ ଶିକୁଳି ରୋଗର ନିରାକରଣ ସଚେତନତା ଅଭିଯାନର ଉଦଯାପନୀ ସଭା ଫୁଲବାଣୀ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଯୁବ ରେଡକ୍ରସ୍ ଏବଂ ଜାତୀୟ ସେବା ଯୋଜନା ୟୁନିଟ୍ ସମନ୍ୱୟରେ ଜିଲା ସାର୍ବଜନୀନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କଲ୍ୟାଣୀ ମିଶ୍ର ମୁଖ୍ୟ ବକ୍ତା ଏବଂ ଡାକ୍ତର ସବିତା ନାୟକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।

ଏହି ସଭାର ସଭାପତି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ସୁବାଶ ଚନ୍ଦ୍ର ପ୍ରଧାନ ବକ୍ତବ୍ୟ ରଖିଥିଲେ । ଉକ୍ତ ସଚେତନତା କାର‌୍ୟ୍ୟକ୍ରମରେ, ରକ୍ତ ଶିକୁଳି ରକ୍ତହୀନତା ରୋଗ ସମ୍ପର୍କିତ ତଥ୍ୟ ଓ ସରକାରଙ୍କ ପକ୍ଷରୁ ଗ୍ରୁହିତ ପଦକ୍ଷେପ ସମ୍ପର୍କରେ ଉପସ୍ଥିତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ । କାର‌୍ୟ୍ୟକ୍ରମରେ ଭିନ୍ନ ଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

- Advertisement -

ଜାତୀୟ ଡାକ୍ତର ଦିବସ ସହ ସମାନ୍ତରାଳ ଭାବେ ଏହି କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଉପସ୍ଥିତ ମହିଳା ଡାକ୍ତର ଙ୍କୁ ଏହି ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଯାଇଥିଲା ।  ଯୁବ ରେଡକ୍ରସ୍ ପରାମର୍ଶଦାତା ଡ. ଅଭିପ୍ସା ବଳ ଏବଂ ପ୍ରୋଗ୍ରାମ ଅଫିସର ବିପିନ ବେହେରା ସମ୍ପାଦନକରିଥିଲେ। ସଭାର ଶେଷରେ ଯୁବ ରେଡକ୍ରସ୍ କନ୍ଭେନର-ସେକ୍ରେଟାରୀ ସୁକାନ୍ତ କୁମାର ବେହେରା ଧନ୍ୟବାଦ ଦେଇଥିଲେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories