ବଜାରରେ ଏବେ ବି ରହିଛି ୭୫୮୧ କୋଟି ଟଙ୍କାର ୨ ହଜାର ଟଙ୍କିଆ ନୋଟ୍

ନୂଆଦିଲ୍ଲୀ : ୨ ହଜାର ଟଙ୍କିଆ ନୋଟକୁ ନେଇ ବଡ ସୂଚନା ଦେଇଛି ରିଜର୍ଭ ବ୍ୟାଙ୍କ । ଗତ ବର୍ଷ ମେ ମାସରେ ଏହି ନୋଟକୁ ଅଚଳ କରିଦିଆଯାଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ବଜାରରେ ଥିବା ୧୦୦ ପ୍ରତିଶତ ଫେରିପାରିନି । ରିଜର୍ଭ ବ୍ୟାଙ୍କ ଜୁଲାଇ ମାସର ପ୍ରଥମ ଦିନରେ ଏନେଇ ସୂଚନା ଜାରି କରିଛି । ନୂଆ ଅପଡେଟ୍ ଅନୁସାରେ ଦେଶରେ ୭ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ୨ ହଜାର ଟଙ୍କିଆ ନୋଟ୍ ଲୁଚି ରହିଛି ।

ସୋମବାର ରିଜର୍ଭ ବ୍ୟାଙ୍କ ୨ ହଜାର ଟଙ୍କିଆ ନୋଟର ସୂଚନା ଦେଇଛି । ଏପର୍ଯ୍ୟନ୍ତ ୯୭.୮୭ ପ୍ରତିଶତ ନୋଟ୍ ବ୍ୟାଙ୍କିଂ ପ୍ରକ୍ରିୟାରେ ଫେରିଛି, କିନ୍ତୁ ୨.୧୩ ପ୍ରତିଶତ ଗୋଲାପୀ ନୋଟ୍ ଲୋକଙ୍କ ପାଖରେ ଏବେ ବି ରହିଛି । ଏହାର ମୂଲ୍ୟ ପ୍ରାୟ ୭,୫୮୧ କୋଟି ଟଙ୍କା ବୋଲି କୁହାଯାଉଛି ।  ଗତ ବର୍ଷ ୧୯ ମେରେ ଭାରତୀୟ ରିଜର୍ଭ ବ୍ୟାଙ୍କ ୨ ହଜାର ଟଙ୍କିଆ ନୋଟକୁ ଅଚଳ କରିଥିଲା । ସେହି ସମୟରେ ବଜାରରେ ପ୍ରାୟ ୩.୫୬ ଲକ୍ଷ କୋଟି ଟଙ୍କା ମୂଲ୍ୟର ୨ ହଜାର ଟଙ୍କାର ନୋଟ୍ ଥିଲା । ତେବେ ୨୯ ଡିସେମ୍ବର ୨୦୨୩ରେ ଏହା ହ୍ରାସ ପାଇ କେବଳ ୯,୩୩୦ କୋଟି ଟଙ୍କା ରହିଥିଲା । କିନ୍ତୁ ଧିରେ ଧିରେ ଏହାର ଗତି ମନ୍ଥର ହେଲା ଏବଂ ବର୍ତ୍ତମାନ ୭,୫୮୧ କୋଟି ଟଙ୍କାର ନୋଟ୍ ଫେରିପାରିନି ।

କହିରଖୁଛୁ ଏହି ନୋଟ୍ ଏବେ ମଧ୍ୟ ବଦଳାଇହେବ । ତେବେ ସ୍ଥାନୀୟ ବ୍ୟାଙ୍କ ଏହି କାମ ହୋଇପାରିବନି । ରିଜର୍ଭ ବ୍ୟାଙ୍କ ଏହା ସ୍ପଷ୍ଟ କରିଛି କି ରିଜର୍ଭ ବ୍ୟାଙ୍କ କାର୍ଯ୍ୟାଳୟ ଯାହା ଅହମଦାବାଦ, ବେଙ୍ଗାଲୁରୁ, ବେଲାପୁର, ଭୋପାଳ, ଭୁବନେଶ୍ବର, ଚଣ୍ଡୀଗଡ, ଚେନ୍ନାଇ, ଗୁଆହାଟୀ, ଜୟପୁର, ଜମ୍ମୁ, କାନପୁର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ପାଟଣା ଓ ତିରୁବନନ୍ତପୁରମରେ ରହିଛି, ସେଠାକୁ ଯାଇ ଏହାକୁ ବଦଳାଇପାରିବେ । କିମ୍ବା ଯେଉଁଠି ରିଜର୍ଭ ବ୍ୟାଙ୍କ କାର୍ଯ୍ୟାଳୟ ନାହିଁ, ସେଠାରେ ଲୋକମାନେ ଡାକଘର ଜରିଆରେ ମଧ୍ୟ ଏହି ନୋଟ୍ ଜମା କରିପାରିବେ ।

ରଥଯାତ୍ରା ସୁପରିଚାଳନା ନିମନ୍ତେ ବ୍ୟବସ୍ଥା କଡାକଡି, ୯୦ ଅଫିସର ନିୟୋଜିତ

Comments are closed.