www.samajalive.in
Sunday, December 7, 2025
23.1 C
Bhubaneswar

ଜିଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣୀ, ୪୩ ଅଭିଯୋଗର ତ୍ୱରିତ ଫଇସଲା

କେନ୍ଦୁଝରଗଡ: ଅତିରିକ୍ତ ଜିଲାପାଳ ଯଦୁମଣି ମହଲା ଏବଂ ଏସପି ନୀତିନ କୁଶଲକରଙ୍କ ମିଳିତ ଅଧ୍ୟକ୍ଷତାରେ ଦରବାରହଲ୍‌ଠାରେ ସୋମବାର ଜିଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗଶୁଣାଣୀରେ ଗ୍ରହଣ ହୋଇଥିବା ମୋଟ ୧୯୮ଟି ଅଭିଯୋଗ ମଧ୍ୟରୁ ୪୩ଟି ଅଭିଯୋଗର ତୁରନ୍ତ ଫଇସଲା କରାଯାଇଥିଲା । ସମୁଦାୟ ଅଭିଯୋଗ ମଧ୍ୟରୁ ୩୨ଟି ଅଭିଯୋଗ ଗୋଷ୍ଠୀ ଓ ଗ୍ରାମ୍ୟ ସମସ୍ୟାମୂଳକ ହୋଇଥିବା ବେଳେ ୧୬୬ଟି ଅଭିଯୋଗ ବ୍ୟକ୍ତିଗତ ସମସ୍ୟା ଥିଲା।

ଅନ୍ୟମାନଙ୍କ ମଧ୍ୟରେ ଡିଏଫଓ କେନ୍ଦୁଝର ଧନରାଜ ଏଚ୍‌.ଡି, ଅତିରିକ୍ତ ଜିଲାପାଳ ଲଳିତ ସୋରେଙ୍ଗ, ପିଏ ଆଇଟିଡିଏ କେନ୍ଦୁଝର ତଥା ଭାରପ୍ରାପ୍ତ କେନ୍ଦୁଝର ଉପଜିଲାପାଳ ସୌମ୍ୟ ସାର୍ଥକ ମିଶ୍ର, ଜିଲା ମୁଖ୍ୟ ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କିଶୋର କୁମାର ପୃଷ୍ଟି, ଡେପୁଟି କଲେକ୍ଟର ସରେୀାଜ କୁମାର ମଲ୍ଲିକ, କେନ୍ଦୁଝରଗଡ ପୌରପାଳିକା ନିର୍ବାହୀ ଅଧିକାରୀ ବସନ୍ତ କୁମାର ସେଠୀ,କେନ୍ଦୁଝର ସଦର ବିଡିଓ ତିଳୋତ୍ତମା ପୃଷ୍ଟି, କେନ୍ଦୁଝର ସଦର ତହସିଲଦାରଙ୍କ ସମେତ ଜିଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

- Advertisement -

ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ରେଡକ୍ରସ୍‍ ପାଣ୍ଠିରୁ ଆର୍ଥୀକ ସହାୟତା ପାଇଁ ୧୯ଟି ଦରଖାସ୍ତ ଗ୍ରହଣ କରାଯାଇଥିଲା।ସୂଚନାଯୋଗ୍ୟ ଯେ, ୬ଜଣ ହିତାଧିକାରୀଙ୍କୁ ମୋଟରାଇଜଡ୍‌ ହୁଇଲଚେୟାର ବଣ୍ଟନ କରାଯାଇଥିଲା।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories