www.samajalive.in
Monday, December 15, 2025
16.1 C
Bhubaneswar

କେନ୍ଦୁଝର ମୁନି ସମାଜର ନୂତନ କାର୍ଯ୍ୟନିର୍ବାହୀ ସମିତି ଗଠିତ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରିଠାରେ କେନ୍ଦୁଝର ଜିଲ୍ଲା ମୁନି ସମାଜର ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କେନ୍ଦୁଝର ଜିଲ୍ଲାର ୮ଟି ବ୍ଲକର ମୁନି ସମାଜ ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ଥିଲେ । ଜିଲ୍ଲାସ୍ତରୀୟ ଏହି ଅଧ୍ୟାତ୍ମିକ ବୈଠକରେ କେନ୍ଦୁଝର ଜିଲ୍ଲା କମିଟିର କାର୍ଯ୍ୟକାଳ ଶେଷ ହୋଇଯାଇଥିବାରୁ ଏକ ନୂତନ ଜିଲ୍ଲା କମିଟି ଗଠନ କରାଯାଇଥିଲା । ଉପଦେଷ୍ଟା ଭାବେ ମୁନିରାଜ ସନାତନ ମହାନ୍ତ, ଯୋଗାଚାର୍ଯ୍ୟ ତ୍ରିଲୋଚନ ମୁନି, ଯୋଗୀ ଅଶୋକ କୁମାର ବ୍ରହ୍ମ, ମୁନିରାଜ ନଗେଶ କୁମାର ବ୍ରହ୍ମ, ଯୋଗୀ ଗୋପୀନାଥ ମହାନ୍ତଙ୍କ ଦ୍ୱାରା ମୁନି ସମାଜର ନୂତନ କାର୍ଯ୍ୟନିର୍ବାହୀ କମିଟି ଗଠନ କରାଯାଇଥିଲା । ନୂତନ କମିଟିରେ ସଭାପତି ଯୋଗାଚାର୍ଯ୍ୟ ମୀନ କେତନ ମୁନି, ଉପସଭାପତି ଯୋଗୀ ଶମ୍ଭୁନାଥ ମୁନି, ଯୋଗୀ ବିଶ୍ଵାମିତ୍ର ମୁନି, ଯୋଗ ଶିକ୍ଷିକା ଅବନ୍ତୀ ମହାନ୍ତ, ସାଧାରଣ ସମ୍ପାଦକ ଯୋଗୀ ଘନଶ୍ୟାମ ମୁନି, ସହ ସମ୍ପାଦକ ଯୋଗୀ ଜ୍ଞାନେନ୍ଦ୍ର ମୁନି, ଯୋଗ ଶିକ୍ଷିକା କ୍ଷୀରମଣୀ ମହାନ୍ତ ଏବଂ କୋଷାଧ୍ୟକ୍ଷ ଯୋଗୀ କ୍ଷୀରୋଦ ଚନ୍ଦ୍ର ମୁନିଙ୍କୁ ନୂତନ କମିଟିର ଦାୟିତ୍ୱ ଦିଆଯାଇଥିଲା । ଏହାସହିତ ପ୍ରତ୍ୟେକ ବ୍ଲକର କାର୍ଯ୍ୟନିର୍ବାହୀ ସଦସ୍ୟ ମଧ୍ୟ ଚୟନ କରାଯାଇଥିଲା ।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories