www.samajalive.in
Saturday, December 6, 2025
26.1 C
Bhubaneswar

କେନ୍ଦୁଝର ମୁନି ସମାଜର ନୂତନ କାର୍ଯ୍ୟନିର୍ବାହୀ ସମିତି ଗଠିତ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରିଠାରେ କେନ୍ଦୁଝର ଜିଲ୍ଲା ମୁନି ସମାଜର ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କେନ୍ଦୁଝର ଜିଲ୍ଲାର ୮ଟି ବ୍ଲକର ମୁନି ସମାଜ ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ଥିଲେ । ଜିଲ୍ଲାସ୍ତରୀୟ ଏହି ଅଧ୍ୟାତ୍ମିକ ବୈଠକରେ କେନ୍ଦୁଝର ଜିଲ୍ଲା କମିଟିର କାର୍ଯ୍ୟକାଳ ଶେଷ ହୋଇଯାଇଥିବାରୁ ଏକ ନୂତନ ଜିଲ୍ଲା କମିଟି ଗଠନ କରାଯାଇଥିଲା । ଉପଦେଷ୍ଟା ଭାବେ ମୁନିରାଜ ସନାତନ ମହାନ୍ତ, ଯୋଗାଚାର୍ଯ୍ୟ ତ୍ରିଲୋଚନ ମୁନି, ଯୋଗୀ ଅଶୋକ କୁମାର ବ୍ରହ୍ମ, ମୁନିରାଜ ନଗେଶ କୁମାର ବ୍ରହ୍ମ, ଯୋଗୀ ଗୋପୀନାଥ ମହାନ୍ତଙ୍କ ଦ୍ୱାରା ମୁନି ସମାଜର ନୂତନ କାର୍ଯ୍ୟନିର୍ବାହୀ କମିଟି ଗଠନ କରାଯାଇଥିଲା । ନୂତନ କମିଟିରେ ସଭାପତି ଯୋଗାଚାର୍ଯ୍ୟ ମୀନ କେତନ ମୁନି, ଉପସଭାପତି ଯୋଗୀ ଶମ୍ଭୁନାଥ ମୁନି, ଯୋଗୀ ବିଶ୍ଵାମିତ୍ର ମୁନି, ଯୋଗ ଶିକ୍ଷିକା ଅବନ୍ତୀ ମହାନ୍ତ, ସାଧାରଣ ସମ୍ପାଦକ ଯୋଗୀ ଘନଶ୍ୟାମ ମୁନି, ସହ ସମ୍ପାଦକ ଯୋଗୀ ଜ୍ଞାନେନ୍ଦ୍ର ମୁନି, ଯୋଗ ଶିକ୍ଷିକା କ୍ଷୀରମଣୀ ମହାନ୍ତ ଏବଂ କୋଷାଧ୍ୟକ୍ଷ ଯୋଗୀ କ୍ଷୀରୋଦ ଚନ୍ଦ୍ର ମୁନିଙ୍କୁ ନୂତନ କମିଟିର ଦାୟିତ୍ୱ ଦିଆଯାଇଥିଲା । ଏହାସହିତ ପ୍ରତ୍ୟେକ ବ୍ଲକର କାର୍ଯ୍ୟନିର୍ବାହୀ ସଦସ୍ୟ ମଧ୍ୟ ଚୟନ କରାଯାଇଥିଲା ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories