୨୦ ବର୍ଷ ପରେ ଜାପାନ ଉଠାଇଲା ଏମିତି ପଦକ୍ଷେପ, ଆଣିଲା ନୂଆ ନୋଟ୍

ନୂଆଦିଲ୍ଲୀ : ଜାପାନରେ ୨୦ ବର୍ଷରେ ପ୍ରଥମ ଥର ନୂଆ ବ୍ୟାଙ୍କ ନୋଟ୍ ଜାରି କରାଯାଇଛି । ବ୍ୟାଙ୍କ ଅଫ୍ ଜାପାନ ବୁଧବାର ଏହାକୁ ସର୍କୁଲେସନରେ ଏଣ୍ଟ୍ରି ଦେଇଛି । ନୂଆ ବ୍ୟାଙ୍କ ନୋଟ୍ ୧୦ ହଜାର ୟେନ୍, ୫ ହଜାର ୟେନ୍ ଏବଂ ହଜାର ୟେନ୍ ଜାରି କରାଯାଇଛି । ବ୍ୟାଙ୍କ ଅଫ୍ ଜାପାନ ବୁଧବାର ଥ୍ରୀଡି ହୋଲୋଗ୍ରାମ ବ୍ୟବହାର କରି ନୂଆ ବ୍ୟାଙ୍କ ନୋଟ୍ ଆଣିଛି । ପ୍ରଧାନମନ୍ତ୍ରୀ ଫୁନିୟୋ କିଶିଦା ଏହି ନୂଆ ନୋଟର ବହୁତ ପ୍ରଶଂସା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା ବ୍ୟାଙ୍କ ଅଫ୍ ଜାପାନରେ ଏହି ନୂଆ ବ୍ୟାଙ୍କ ନୋଟ୍ ଜାରି କରି କହିଛନ୍ତି କି ‘ମୋତେ ସମ୍ପୂର୍ଣ୍ଣ ଭରସା ଅଛି କି ଲୋକେ ନୂଆ ନୋଟକୁ ପସନ୍ଦ କରିବେ । ଏହା ଦେଶର ଅର୍ଥବ୍ୟାବସ୍ଥାକୁ ମଜଭୁତ କରିବାରେ ସହାୟକ ହେବ ।’ ଏହି ଅବସରରେ ବ୍ୟାଙ୍କ ଅଫ୍ ଜାପାନର ଗଭର୍ଣ୍ଣର କାଜୁଓ ଉଏଦା କୁହନ୍ତି କି ସାରା ବିଶ୍ବରେ ଡିଜିଟାଲ ନେଣ ଦେଣ ଚାଲିଛି । କିନ୍ତୁ ଆମେ ଏବେ ବି ବିଶ୍ବାସ କରୁଛୁ ସୁରକ୍ଷିତ ନେଣଦେଣ ପାଇଁ ନଗଦ ରାଶିର ବହୁତ ଗୁରୁତ୍ବ ରହିଛି ।

ଜାପାନ ଭେଣ୍ଡିଂ ମେସିନ୍ ନିର୍ମାତା ଆସୋସିଏସନର କହିବାନୁସାରେ ପ୍ରାୟ ୯୦ ପ୍ରତିଶତ ବ୍ୟାଙ୍କ ଏଟିଏମ୍, ଟ୍ରେନ୍ ଟିକେଟ ମେସିନ୍ ଏବଂ ରିଟେଲ କ୍ୟାଶ୍ ରେଜିଷ୍ଟର ନେଇ ନୂଆ ନୋଟ୍ ସ୍ବୀକାର କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ତେବେ ଡିଜିଟାଲ ଯୁଗରେ ଜାପାନରେ ଗତ ଦଶକରେ କ୍ୟାଶଲେସ୍ ପୈଠ ଲଗାତର ୩ ଗୁଣା ବଢିଛି । ୨୦୨୩ ମସିହାରେ ଉପଭୋକ୍ତା ଖର୍ଚ୍ଚର ୩୯ ପ୍ରତିଶତ ଭାଗ କ୍ୟାଶଲେସ୍ ପୈଠ ହୋଇଥିଲା ।

୪ ବର୍ଷ ବିଳମ୍ବ ପାଇଁ ଏନଆଇଏକୁ କଡ଼ା ସମାଲୋଚନା, ଅଭିଯୁକ୍ତଙ୍କୁ ଜାମିନ ଦେଲେ ସୁପ୍ରିମକୋର୍ଟ

Comments are closed.