www.samajalive.in
Saturday, December 6, 2025
15.1 C
Bhubaneswar

ସଡ଼କ ଦୁର୍ଘଟଣାରେ ୨ ମୃତ, ଜଣେ ଗୁରୁତର

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ଡୁରା ଓଭରବ୍ରିଜ଼ ନିକଟରେ ଥିବା ନେକ୍ସସା ଶୋରୁମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମୃତକମାନେ ହେଲେ ଛତ୍ରପୁର ଥାନା ଅଞ୍ଚଳ ପୁଣି ଗୋପାଳପୁରର ରାଜୁ ପ୍ରଧାନ ଓ ଏ .ଲୋକେଶ ରେଡ଼ି । ଗୁରୁତର ଜଣକ ଶମ୍ଭୁ ବୋଲି ଜଣାପଡିଛି।

ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ହୁମା ବେଲପଡାରୁ କୌଣସି କାମରେ ବ୍ରହ୍ମପୁର ଯାଉଥିବାବେଳେ ଡୁରା ଓଭରବ୍ରିଜ ଜାତୀୟ ରାଜପଥ ସ୍ଥିତ ନେକ୍ସସା ଶୋ ରୁମ୍ ନିକଟରେ ଆନ୍ଧ୍ରପ୍ରଦେଶ ପଟକୁ ଯାଉଥିବା ଏକ ଟ୍ରକ ସହ କାର ଧକ୍କା ହୋଇଥିଲା । ଘଟଣାସ୍ଥଳରେ ଲୋକେଶ ଓ ରାଜୁର ମୃତ୍ୟ ଘଟିଥିବାବେଳେ ଶମ୍ଭୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅନ୍ୟପଟେ ଟ୍ରକକୁ ଛାଡି ଡ୍ରାଇଭର ଚମ୍ପଟ ମାରିଛି । ଗୋପାଳପୁର ପୁଲିସ ଟ୍ରକକୁ ଜବତ କରିବା ସହ ତଦନ୍ତ କରୁଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories