www.samajalive.in
Saturday, December 6, 2025
26.1 C
Bhubaneswar

ବୌଦ୍ଧ-ବଘିଆପଡ଼ା ରାସ୍ତା ଅବରୋଧ କଲେ ଗ୍ରାମବାସୀ

ବୌଦ୍ଧ/ଜହ୍ନାପଙ୍କ: ବୌଦ୍ଧ ଜିଲ୍ଲା ବଢ଼ିଗାଁ ଗ୍ରାମ ପଞ୍ଚାୟତର ଛତନିଆଁକଟା ଠାରୁ ବନ୍ଧାପଥରକୁ ଯାଇଥିବା ଅତି ଶୋଚନୀୟ ହୋଇପଡ଼ିଛି। ଫଳରେ ଏହି ରାସ୍ତାଦେଇ ଚଳ ପ୍ରଚଳ କରୁଥିବା ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଖବର ସମାଜରେ ପ୍ରକାଶ ପାଇବା ପରେ ସାଧାରଣରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହିତ ତୁରନ୍ତ ରାସ୍ତା ମରାମତି କରିବା ଦାବିରେ ବୁଧବାର ସକାଳେ ଗ୍ରାମବାସୀମାନେ ଏକତ୍ରିତ ହୋଇ ବୌଦ୍ଧ- ବଘିଆପଡ଼ା ରାସ୍ତାରେ ଛତିନିଆକଟା ଠାରେ ରାସ୍ତା ଅବରୋଧ କରିଥିଲେ। ଫଳରେ ଉଭୟ ପାର୍ଶ୍ବରେ ବହୁ ଯାନବାହନ ଅଟକି ରହିଥିଲା। ରାସ୍ତା ଅବରୋଧ ଖବର ପାଇ ବୌଦ୍ଧ ଥାନା ଅଧିକାରୀ ରଂଜିତ କୁମାର ମୁନୀ ଓ ବୌଦ୍ଧ ତହସିଲଦାର ଘଟଣାସ୍ଥଳରେ ପହଂଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ରାସ୍ତା ରୋକ ହଟିଥିଲା। ସୂଚନା ମତେ, ବୌଦ୍ଧ ବଘିଆପଡ଼ା ପୁର୍ତ୍ତ ବିଭାଗ ରାସ୍ତାରୁ ଛତନିଆଁକଟା ଗ୍ରାମ ଦେଇ ବନ୍ଧାପଥର ପଞ୍ଚାୟତକୁ ଯାଇଥିବା ରାସ୍ତାର ପ୍ରାୟ ଦୁଇକିଲୋମିଟର ରାସ୍ତା ଦୀର୍ଘଦିନ ହେଲା ନିର୍ମାଣ ନହୋଇ ପଡ଼ିରହିଛି। ପ୍ରତ୍ୟହ ଏହି ରାସ୍ତାଦେଇ ହଜାର ହଜାର ଲୋକ ଯିବାଆସିବା କରୁଥିଲେ ମଧ୍ୟ ରାଜନୈତିକ ଉଦ୍ଦେଶ୍ୟ ରଖି ଉକ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ। ପ୍ରାୟ ୩ ଶହ ମିଟର ରାସ୍ତା ମଧ୍ୟରୁ ଅଧା କଂକ୍ରିଟ ହୋଇଥିଲେବି ବର୍ତମାନ ତହା ମଧ୍ୟ ନଷ୍ଟ ହୋଇସାରିଲାଣି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories