ଆଇକ୍ୟୁ ଆଣିବ ଏହି ନୂଆ ଫୋନ୍, ଦାମ୍ ହୋଇପାରେ ମାତ୍ର ଏତିକି..

ନୂଆଦିଲ୍ଲୀ : ଯଦି ଆପଣ ନୂଆ ସ୍ମାର୍ଟଫୋନ୍ କିଣିବା ପାଇଁ ଯୋଜନା କରୁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର । ଚଳିତ ମାସରେ ଅନେକ ଫ୍ଲାଗସିପ୍ ଫୋନ୍ସ ଦେଖିବାକୁ ମିଳିବ । କିଛି ଏଣ୍ଟ୍ରି ଲେବଲ ଫୋନର ମଧ୍ୟ ବଜାର ପ୍ରବେଶ ହେବ । ଏମିତି ଏକ ଫୋନ୍ ହେଉଛି ଆଇକ୍ୟୁ ଜେଡ୯ ଲାଇଟ୍ । ଖୁବ୍ ଶୀଘ୍ର ଏହି ଫୋନ୍ ଲଞ୍ଚ ହେବ ।

ଏହି ବଜେଟ ଫୋନକୁ କମ୍ପାନୀ ୧୫ ଜୁଲାଇରେ ଲଞ୍ଚ୍ କରିବ । କମ୍ପାନୀ ଏହାର ରିୟର ପ୍ୟାନେଲର ଫଟୋ ସହିତ ଏହାର ଲଞ୍ଚ୍ ତାରିଖ ମଧ୍ୟ ଘୋଷଣା କରିଛି । ଫୋନରେ ଡୁଆଲ ରିୟର କ୍ୟାମେରା ମିଳିବ । ଏହି ଫୋନ ବ୍ଲୁ ରଙ୍ଗରେ ଆସିବ । କମ୍ପାନୀ ଏହାର ଅନ୍ୟ ବିକଳ୍ପ ମଧ୍ୟ ଖୁବ ଶୀଘ୍ର ଆଣିବ ।

ଏହି ସ୍ମାର୍ଟଫୋନର ଡିଜାଇନ୍ ଆଇକ୍ୟୁ ଜେଡ୯ ଭଳି ହେବ । ଏଥିରେ ଡୁଆଲ ରିୟର କ୍ୟାମେରା ସେଟଅପ୍ ମିଳିବ । ଏହା କମ୍ପାନୀର ଲାଟେଷ୍ଟ ଏଣ୍ଟ୍ରି ଲେବଲ ଫୋନ୍ ହେବ । ଫୋନରେ ମିଡିଆଟେକ୍ ଡାଇମେନସିଟି ୬୩୦୦ ପ୍ରୋସେସର ଦିଆଯିବ । ଫୋନରେ ୬ ଜିବି ରାମ୍ ଓ ୧୨୮ ଜିବି ଷ୍ଟୋରେଜ୍ ମିଳିବ ।  ଅନୁମାନ କରାଯାଉଛି କି ଏହି ଫୋନ୍ ନିକଟରେ ଲଞ୍ଚ୍ ହୋଇଥିବା ଭିଭୋ ଟିଥ୍ରୀ ଲାଇଟର ରିବ୍ରାଣ୍ଡେଡ୍ ଭର୍ସନ ହୋଇପାରେ । ଭିଭୋର ଏହି ଫୋନ୍ ୧୦,୪୯୯ ଟଙ୍କା ଦାମରେ ଲଞ୍ଚ୍ ହୋଇଥିଲା । ଆଇକ୍ୟୁ ମଧ୍ୟ ଏହି ଦାମ୍ ପାଖାପାଖି ଦାମରେ ଲଞ୍ଚ୍ ହୋଇପାରେ । ତେବେ ଏହି ଫୋନର ଫିଚର୍ସ ସମ୍ପର୍କରେ କୌଣସି ଖାସ୍ ସୂଚନା ମିଳିପାରିନି । ଫୋନ ବଜାରକୁ ଆସିବା ପରେ ହିଁ ଏହା ଜଣାପଡିବ ।

ଗିନିଜ ଓ୍ବାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲା ଏହି ସାଇକେଲ

Comments are closed.