www.samajalive.in
Monday, December 8, 2025
24.1 C
Bhubaneswar

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସହ ଜେଡଏସଆଇ ମଧ୍ୟରେ ଚୁକ୍ତିପତ୍ର ସ୍ଵାକ୍ଷର

ଗୋପାଳପୁର : କଲିକତା ସ୍ଥିତ ଭାରତୀୟ ପ୍ରାଣୀ ସର୍ବେକ୍ଷଣ କେନ୍ଦ୍ରର ୧୦୯ତମ ପ୍ରତିଷ୍ଠା ଦିବସ ଅବସରରେ କେନ୍ଦ୍ର ମନ୍ତ୍ରୀ ଉପେନ୍ଦ୍ର ଯାଦବ ଉପସ୍ଥିତିରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଏବଂ ଜେଡଏସଆଇ ମଧ୍ୟରେ ଚୁକ୍ତିପତ୍ର ଆଦାନ ପ୍ରଦାନ ହୋଇଛି। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଏବଂ ଜେଡଏସଆଇର ନିର୍ଦ୍ଧେଶିକା ଡ଼.ଧ୍ରୀତି ବାନାର୍ଜୀଙ୍କ ସମେତ ବୈଜ୍ଞାନିକ, ପ୍ରଫେସର ପ୍ରମୁଖ ଉପସ୍ଥିତରେ ଏହି ଚୁକ୍ତିପତ୍ର ବିନିମୟ ହୋଇଥିଲା।
ଏହି ଚୁକ୍ତି ଉଭୟଙ୍କ ମଧ୍ୟରେ ଶିକ୍ଷା, ଗବେଷଣା ଓ ପରୀକ୍ଷାଗାର, ଅଧ୍ୟାପକ, ଅଧ୍ୟାପିକା, ଗବେଷକ, ଗବେଷିକା, ଛାତ୍ର ଛାତ୍ରୀ ଉନ୍ନତମାନର ଜ୍ଞାନ କୌଶଳ ଆହରୋଣ କରିପାରିବେ। ତାହାସହ ଛାତ୍ର,ଛାତ୍ରୀ ମାନେ ଉଭୟ ଅନୁଷ୍ଠାନରେ ନାମ ପଞ୍ଜିକୃତ କରି ପିଏଚଡ଼ିର ସୁବିଧା ସୁଯୋଗ ପାଇଁ ପାରିବେ। ପ୍ରାଣୀ ବିଜ୍ଞାନ, ସାମୁଦ୍ରିକ ବିଜ୍ଞାନ, ପରିବେଶ ବିଜ୍ଞାନ ଏବଂ ବୈଦୁତ ପ୍ରଯୁକ୍ତି ବିଦ୍ୟାର ଛାତ୍ରଛାତ୍ରୀ ଉପକୃତ ହୋଇ ପାରିବେ ବୋଲି ବିଶ୍ଵବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories