କମ୍ ଦାମରେ ଆସିଲା ନୂଆ ଇ-ସ୍କୁଟର, ଜାଣନ୍ତୁ ଫିଚର୍ସ

ନୂଆଦିଲ୍ଲୀ : ଭାରତୀୟ ବଜାରରେ ଆଉ ଏକ ଇ-ସ୍କୁଟର ଲଞ୍ଚ ହୋଇସାରିଛି । ଇ-ସ୍କୁଟର ନିର୍ମାଣ କରୁଥିବା ଦେଶୀ କମ୍ପାନୀ iVOOMi  ଭାରତୀୟ ବଜାରରେ ଆଉ ଏକ ଇଭି ଲଞ୍ଚ କରିଦେଇଛି । ଏହାର ନାଁ ରହିଛି ଏସଓ୍ବାନ୍ ଲାଇଟ୍ । ଏହା ପୂର୍ବରୁ କମ୍ପାନୀର ଆଉ ଏକ ଇ-ସ୍କୁଟର ଥିଲା ଯାହାକୁ ୧୦ ହଜାର ଲୋକ କିଣିଥିଲେ । ଏହି ଉପଲବ୍ଧି ପରେ କମ୍ପାନୀ ନିଜର ଦ୍ବିତୀୟ ଇ-ସ୍କୁଟର ନେଇଆସିଛି । କମ୍ପାନୀ ଏହି ସ୍କୁଟରରେ ଅନେକ ଖାସ୍ ଫିଚର୍ସ ନେଇଆସିଛି । ଆସନ୍ତୁ ଜାଣିବା…

ଏହାର ଏକ ଖାସ୍ ଫିଚର ହେଉଛି ଏହାର କଢାଯାଇପାରୁଥିବା ବ୍ୟାଟେରୀ । ବ୍ୟାଟେରୀକୁ ଅଲଗା କରି ଏହାକୁ ଚାର୍ଜ କରିହେବ । ଏହା ବ୍ୟତୀତ ସିକ୍ୟେରିଟି ଏବଂ ସେଫ୍ଟି ପାଇଁ ୭ ପର୍ଯ୍ୟାୟ ରହିଛି । ଗାଡିରେ ୩ ବର୍ଷର ଓ୍ବାରେଣ୍ଟି ମିଳୁଛି । କମ୍ପାନୀ ୬ଟି ରଙ୍ଗର ବିକଳ୍ପ ସହିତ ବଜାରକୁ ଗାଡି ଆଣିଛି । ଗ୍ରାହକ ଏହି ସ୍କୁଟରକୁ ନିକଟସ୍ଥ ଡିଲରସିପରୁ ବୁକ୍ କରିପାରିବେ । ଏଥିରେ ୨ଟି ଭେରିଏଣ୍ଟ ମିଳୁଛି । ଗ୍ରାଫେନ୍ ଆୟନ ବ୍ୟାଟେରୀ ବିଶିଷ୍ଟ ଗାଡିର ଦାମ୍ ୫୪,୯୯୯ ଟଙ୍କା ଏବଂ ଲିଥିୟମ୍ ଆୟନ ବ୍ୟାଟେରୀ ଭେରିଏଣ୍ଟର ଦାମ୍ ୬୪,୯୯୯ ଟଙ୍କା । ଏହାର ସର୍ବାଧିକ ସ୍ପିଡ୍ ଯଥାକ୍ରମେ ୪୫ ଓ ୫୫ କିଲୋମିଟର ପ୍ରତି ଘଣ୍ଟା । ଥରେ ଚାର୍ଜ କଲେ ଗାଡି ୧୨୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ ।

ଏହି ରାସ୍ତାରେ ନାହିଁ ସ୍ପିଡ ସୀମା, ସର୍ବାଧିକ ଗତିରେ ଯାଆନ୍ତି ଗାଡି

Comments are closed.