www.samajalive.in
Monday, December 8, 2025
27.1 C
Bhubaneswar

ଏହି ରାସ୍ତାରେ ନାହିଁ ସ୍ପିଡ ସୀମା, ସର୍ବାଧିକ ଗତିରେ ଯାଆନ୍ତି ଗାଡି

ନୂଆଦିଲ୍ଲୀ : ଭାରତରେ ଏକ୍ସପ୍ରେସଓ୍ବେଜରେ ସର୍ବାଧିକ ସ୍ପିଡ୍ ୧୨୦ କିଲୋମିଟର ପ୍ରତି ଘଣ୍ଟା ନିର୍ଦ୍ଧାରିତ କରାଯାଇଛି । ଅନ୍ୟ ହାଇଓ୍ବେଜରେ ଏହି ସ୍ପିଡ୍ ୧୦୦ କିଲୋମିଟର ପ୍ରତି ଘଣ୍ଟା ପର୍ଯ୍ୟନ୍ତ ରହିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଅନ୍ୟ ଦେଶର ରାସ୍ତାରେ ସର୍ବାଧିକ ସ୍ପିଡ୍ ଏହାଠୁ ବହୁତ ଅଧିକ । ବିଶ୍ବର ୨ଟି ହାଇଓ୍ବେ ଏମିତି ଅଛି ଯେଉଁଠି ସ୍ପିଡର କୌଣସି ସୀମା ନାହିଁ । ଆଜି ଆମେ ଆପଣଙ୍କୁ ଏମିତି ୫ ହାଇଓ୍ବେ ସମ୍ପର୍କରେ ଜଣାଇବୁ ଯେଉଁଠି ସବୁ ଗାଡି ନିଜର ସର୍ବାଧିକ ସ୍ପିଡରେ ଯାତାୟତ କରନ୍ତି ।

- Advertisement -

ଜର୍ମନ ଅଟୋବାନ୍

ଜର୍ମାନୀର ଏହି ରାସ୍ତା ବହୁତ ପ୍ରସିଦ୍ଧ । ଏହି ରାସ୍ତାରେ ସ୍ପିଡର କୌଣସି ସୀମା ନାହିଁ । ଏଠାରେ ଅନେକ ଭିଡିଓରେ ସାଧାରଣତଃ ଗାଡି ୨୦୦-୩୦୦ କିଲୋମିଟର ପ୍ରତି ଘଣ୍ଟା ସ୍ପିଡରେ ଗଡୁଥିବା ଦେଖିବାକୁ ମିଳେ । ଅଧିକ କ୍ଷମତା ବିଶିଷ୍ଟ ଗାଡି ୪୦୦ ସ୍ପିଡରେ ମଧ୍ୟ ଯାଇଥାଏ ।

ଆଇଲ ଅଫ୍ ମ୍ୟାନ୍

ଏହା ଆଇରିଶ୍ ସାଗରରେ ଥିବା ଏକ ଟାପୁ ଯାହା ବ୍ରିଟେନ ପାଖରେ ରହିଛି । ଏହା ୟୁକେ ଓ ଆୟରଲ୍ୟାଣ୍ଡ ମଧ୍ୟରେ ଏକ ସ୍ଥାନ । ଏଠାରେ ମଧ୍ୟ ରାସ୍ତାରେ ସ୍ପିଡର କୌଣସି ସୀମା ନାହିଁ । ତେବେ ଏଠାରେ ସଡକ ୨ ଲେନ୍ ବିଶିଷ୍ଟ ଥିବାରୁ ଅଧିକ ସ୍ପିଡରେ ଗାଡି ଯାତାୟତ କରନ୍ତିନି । ତେବେ ଏଠାରେ ଯଦି କୌଣସି ଗାଡି ନିଜ ସର୍ବାଧିକ ସ୍ପିଡରେ ଗତି କରେ ତେବେ ତାହା ବେଆଇନ ନୁହେଁ । କାରଣ ଏଠାରେ ଗତିର କୌଣସି ସୀମା ନାହିଁ ।

ପୋଲାଣ୍ଡ ଅଟୋଷ୍ଟ୍ରାଡା

ଏହା ରାସ୍ତା ପୋଲାଣ୍ଡରେ ଅଛି । ଏଠାରେ ଗାଡିର ସ୍ପିଡ୍ ୧୪୦ କିଲୋମିଟର ପ୍ରତି ଘଣ୍ଟା ପର୍ଯ୍ୟନ୍ତ ରହିଛି । ତେବେ ଗାଡି ଆହୁରି ସ୍ପିଡରେ ଯାତାୟତ କରିଥାଏ ।

ସ୍ଲୋଭାକିଆ ମୋଟରଓ୍ବେଜ୍

ସ୍ଲୋଭାକିଆ ମୋଟରଓ୍ବେଜର ରୋଡ୍ ନେଟଓ୍ବର୍କ ୟୁରୋପରେ ସବୁଠାରୁ ଅଧିକ ଗତି ବିଶିଷ୍ଟ ନେଟଓ୍ବର୍କ ମଧ୍ୟରୁ ଗୋଟିଏ । ଏହି ଦେଶର ଅଧିକାଂଶ ମୋଟରଓ୍ବେରେ ଗାଡିର ସର୍ବାଧିକ ଗତି ୧୩୦ କିଲୋମିଟର ପ୍ରତି ଘଣ୍ଟା । ଦେଶ ଏହାକୁ ୧୬୦କୁ ବଢାଇବାକୁ ଯୋଜନା କରୁଛି ।

କ୍ରୋଏଶିଆ ଅଟୋକ୍ରେଷ୍ଟା

କ୍ରୋଏଶିଆରେ ମୁଖ୍ୟ ରାସ୍ତାରେ ସର୍ବାଧିକ ଗତି ୧୩୦ କିଲୋମିଟର । ତେବେ ଏଠାରେ ୧୪୫ କିଲୋମିଟର ପ୍ରତି ଘଣ୍ଟା ସ୍ପିଡରେ ଗାଡି ଚଳାଇଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନିଏନି ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories