ରେଲୱେ ଜମି ଜବରଦଖଲ, ବିଧାୟକ ବନ୍ଦ କଲେ ଉଛେଦ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ସହରର ଏନଏସି ଛକ ନିକଟରୁ ରେଲୱେ ଷ୍ଟାଡିଅମ ଯିବା ରାସ୍ତାର ବାମ ପାର୍ଶ୍ଵରେ ବସବାସ କରୁଥିବା ପରିବାର ସହ ରାସ୍ତା ପାର୍ଶ୍ଵ ବିଭିନ୍ନ ଦୋକାନ ଗୃହକୁ ରେଳ ପ୍ରଶାସନ ତରଫରୁ ଉଛେଦ କରିବା ପାଇଁ ପୂର୍ବରୁ ନୋଟିସ ଜାରି କରିବା ସହ, ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁସାରେ, ଆଜି ପୂର୍ବାହ୍ନ ୯ଟାରୁ ମାଜିଷ୍ଟ୍ରେଟ ଓ ପୁଲିସ ଫୋର୍ସ ଏବଂ ରେଲୱେ ଓ ସ୍ଥାନୀୟ ପ୍ରଶାସନ ଅଧିକାରୀଙ୍କ ଉପସ୍ଥିତରେ ଏନଏସି ଛକ ନିକଟରୁ ଜମି ଜବର ଦଖଲ ପ୍ରକ୍ରିୟା ଆରମ୍ବ କରି ଜେସିବି ମେସିନ ସାହାଯ୍ୟରେ ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଥିଲା। ଖବର ପାଇ ବିଧାୟକ ଲକ୍ଷ୍ମଣ ବାଗ ଆସି ଉଛେଦ କାର୍ଯ୍ୟ ବନ୍ଦ କରିବାକୁ କହିଥିଲେ। ଘଟଣାସ୍ଥଳରେ ଜନସାଧାରଣଙ୍କ ତରଫରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ବର୍ତ୍ତମାନ ବର୍ଷାଦିନ। ଜିଲ୍ଲା ପ୍ରଶାସନ ତରଫରୁ ରେଳବାଇ ଜମିରେ ବସବାସ କରୁଥିବା ଲୋକଙ୍କୁ ଜମି ଘର ଢିଅ ଯୋଗାଇ ଦେବା ପରେ ଉଛେଦ କରିବା ପାଇଁ ପ୍ରଶାସନ ତରଫରୁ ପ୍ରତିଶୃତି ଦେଇଥିବା ବେଳେ, ଆଜି ବାସଚ୍ୟୁତ ଲୋକଙ୍କୁ ଥଇଥାନ କରା ନଯାଇ, ଉଛେଦ ଆରମ୍ଭ କରିଥିବାରୁ ବେଘର ହେଉଥିବା ବସ୍ତି ବାସିନ୍ଦା ମୁଣ୍ଡ ଗୁଂଜିବେ କେଉଁଠାରେ ବୋଲି ଉପସ୍ଥିତ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ ବିଧାୟକ।

Comments are closed.