ନିମ୍ନ ମାନର ହୋଇଛି ରାସ୍ତାର ସୁରକ୍ଷା ପ୍ରାଚୀର କାର୍ଯ୍ୟ, ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି

ଗୁରୁଡିଝାଟିଆ: ବାଳି ଠାରୁ ପର୍ବତିଆ-ଛଅଗାଁ ଦେଇ ବଳିପୁର ପର୍ଯ୍ୟନ୍ତ ୮କିମି ଦୂରତା ରାସ୍ତାର ସଂପ୍ରସାରଣ କାର୍ଯ୍ୟ ଚାଲୁରହିଛି । ପର୍ବତିଆ ଠାରୁ ବାଳି ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ବିଭାଗୀୟ ଠିକାଦାର ସୁରକ୍ଷା ପ୍ରାଚୀର କାର୍ଯ୍ୟ କରୁଛନ୍ତି । ହେଲେ ପ୍ରାଚୀର ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଛି। ଯାହାକୁ ଦେଖିଲେ ସ୍ପଷ୍ଟ ବାରିହୋଇପଡୁଛି। ତେଣୁ ଏହାର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ପାଇଁ ଏଭଳି ଅବସ୍ଥା ଦେଖାଦେଇଛି ବୋଲି ସ୍ଥାନୀୟ ଜନସାଧାରଣ କହିବାକୁ ପଛାଇନାହାନ୍ତି।

ପ୍ରକାଶଯୋଗ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ର ଏହି ରାସ୍ତାଟି ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ନିର୍ମିତ ହୋଇଥିଲା। ହେଲେ ରାସ୍ତାଟି ଖାଲଖମାରେ ପରିଣତ ହେବା ଓ ଆବଶ୍ୟକତା ଥିବାରୁ ବିଭାଗ ପକ୍ଷରୁ ଟେଣ୍ଡର କରାଯାଇଥିଲା। ଏପରିକି ରାସ୍ତାର ଅବଧି ୨୦୨୩ ରୁ ସରିଥିଲେ ମଧ୍‌ ତାହା ସଂପୂର୍ଣ୍ଣ ହୋଇନାହିଁ । ଯେହେତୁ ବାଳିର ଅରଖ ଟାଙ୍ଗର ଠାରୁ ପର୍ବତିଆ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ଚାଷଜମି ରହିଅଛି। ରାସ୍ତା ସଂପ୍ରସାରଣ କରାଗଲେ ଦବିଯିବାର ଯଥେଷ୍ଟ ସମ୍ବାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ସୁରକ୍ଷା ପ୍ରାଚୀର ନିର୍ମାଣ ପାଇଁ ବ୍ୟବସ୍ଥା ରହିଅଛି। ଯାହାକୁ କି ଠିକାଦାର ଏବେ ସମାପନ କରୁଛନ୍ତି । ଯାହାକି ନିମ୍ନମାନର ବୋଲି ଅଭିଯୋଗ ହୋଇଛି । ଏହାର ତଦନ୍ତ କରିବାକୁ ଦାବି ହୋଇଛି । ଏ ସଂକ୍ରାନ୍ତରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜିତ୍‌ ବିଶ୍ୱାଳଙ୍କୁ ପଚାରବାରୁ କହିଥିଲେ ଏ ସଂପର୍କରେ ଅନୁଧ୍ୟାନ କରି ତୁରନ୍ତ ପଦକ୍ଷେପ ନିଆଯିବ।

Comments are closed.