ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲା ତୁରେକେଲା ଥାନା ଅନ୍ତର୍ଗତ ଖୁଜେନ ଗାଁରେ ଗତ ୨୦୨୩ ଜୁନ ମାସ ୮ତାରିଖରେ ଏକ ହତ୍ୟା ମାମଲାରେ ଅଭିଯୁକ୍ତ କେଦାର ମଲିକଙ୍କୁ କଣ୍ଟାବାଞ୍ଜି ଜିଲା ଅତିରିକ୍ତ ଦୌରାଜାଜ ଆଜୀବନ କାରାଦଣ୍ଡ ସହ ୨୦ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି। ପ୍ରାପ୍ତ ସୂଚନା ମତେ ଗତ ୨୦୨୩ମସିହା ଜୁନ ମାସ ୮ତାରିଖ ଦିନ ଅଭିଯୁକ୍ତ କେଦାର ମଲ୍ଲିକ ସକାଳ ୭ଟା ସମୟରେ ମଦ୍ୟପାନ କରି ସେହି ଗ୍ରାମର କ୍ଷୀରସିନ୍ଧୁ ଯାନୀ (୪୬)ଙ୍କୁ ଠେଙ୍ଗାରେ ପିଟିପିଟି ଗୁରୁତର ରକ୍ତାକ୍ତ ଆଘାତ କରିଥିଲା।
ଏହାପରେ ଗୁରୁତର ଅବସ୍ଥାରେ କ୍ଷୀରସିନ୍ଧୁଙ୍କୁ ଚିକିତ୍ସା ପାଇଁ ବୁର୍ଲା ସ୍ଥିତ ଭୀମସାର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ୬ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତୁରେକେଲା ପୁଲିସ  ୩୦୭ରେ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲେ। ଏହାପରେ କ୍ଷୀରସିନ୍ଧୁଙ୍କ ବୁର୍ଲାରେ ମୃତ୍ୟୁ ପରେ ୩୦୨ଦଫା ଲାଗିଵା ସହ ୧୫ଜଣଙ୍କ ସାକ୍ଷ୍ୟ ପ୍ରମାଣ ସହ ଆଜି କଣ୍ଟାବାଞ୍ଜି ଜିଲା ଅତିରିକ୍ତ ଦୌରାଜାଜ ରାୟ ଶୁଣାଇଛନ୍ତି।

Comments are closed.