ଦକ୍ଷିଣ ଆଫ୍ରିକା ଆଗରେ ୧୭୭ ରନର ଟାର୍ଗେଟ ରଖିଲା ଭାରତ

ବାର୍ବୋଡାସ୍: ଟି-୨୦ ବିଶ୍ବକପ ଫାଇନାଲରେ ଦକ୍ଷିଣ ଆଫ୍ରିକା ଆଗରେ ୧୭୭ ରନର ବିଜୟ ଲକ୍ଷ୍ୟ ରଖିଲା ଭାରତ। ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୭ ଓ୍ବିକେଟ ବିନିମୟରେ ୧୭୬ ରନ ସଂଗ୍ରହ କରିଥିଲା। ଭାରତ ପ୍ରାରମ୍ଭିକ ପର୍ଯ୍ୟାୟରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବାବେଳେ ବିରାଟ କୋହଲି ୭୬ ଏବଂ ଅକ୍ଷର ପଟେଲ ୪୭ ରନର ଲଢୁଆ ପ୍ରଦର୍ଶନ ଟିମ ଇଣ୍ଡିଆର ସ୍କୋର ୧୭୬ କରିବାରେ ସହାୟକ ହୋଇିଲା। ଶିଭମ ଦୁବେ ୨୭ ରନ କରିଥିବାବେଳେ ଦଳର ପ୍ରଦର୍ଶନ ଭଲ ରହିଛି ।

ଟି-୨୦ ବିଶ୍ବକପ ଫାଇନାଲରେ ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ୯ ରନ କରି ରୋହିତ ଶର୍ମା ଆଉଟ ହୋଇଥିଲେ। ସେହିପରି ରିଷଭ ପନ୍ଥ ଶୂନ୍ୟ ରନରେ ଆଉଟ ହୋଇଥିବାବେଳେ  ସୂର୍ଯ୍ୟକୁମାର ଯାଦବ ୩ ରନ କରି ଆଉଟ ହୋଇଥିଲେ।

ଟି-୨୦ ବିଶ୍ୱକପର ଫାଇନାଲରେ ଶନିବାର ବାର୍ବୋଡାସ୍‌ର ବ୍ରିଜ୍‌ଟୋନର କେସିଙ୍ଗଟୋନ୍ ଓଭାଲରେ ଟିମ୍ ଇଣ୍ଡିଆ ଏବଂ ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହୋଇଛନ୍ତି। ଭାରତୀୟ ଦଳ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ବିଜୟୀ ପାଇଁ ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ ଦେଇଥିଲେ। ଅଧିନାୟକ ଆଡେନ ମାର୍କ୍ରାମଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଛି। ପ୍ରଥମଥର ଫାଇନାଲରେ ପହଞ୍ଚିଥିବା ଦକ୍ଷିଣ ଆଫ୍ରିକା ଏହି ଟାର୍ଗେଟକୁ ପୂରଣ କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଉଥିବାବେଳେ ଭାରତରେ ବୋଲିଂ ବାହିନୀ କିଭଳି ପ୍ରଦର୍ଶନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

Comments are closed.