୩୨ କେଜି ଗଞ୍ଜେଇ ସହ ବାଇକ ଜବତ, ଜଣେ ଗିରଫ

ଆଠଗଡ: ଆଠଗଡ ଅବକାରୀ ବିଭାଗ ପକ୍ଷରୁ ନରସିଂହପୁର ବ୍ଲକ ଅନ୍ତର୍ଗତ କାନପୁର ଥାନା ଅଧିନ ମୁରାରୀପୁର ଗ୍ରାମରୁ ଗୁରୁବାର ୩୨ କେଜି ଗଞ୍ଜେଇ ଓ ଗୋଟିଏ ବାଇକ ଜବତ କରାଯିବା ସହିତ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। କାନପୁର ଥାନା ଅଞ୍ଚଳର ମୁରାରୀପୁର ଗ୍ରାମର ପ୍ରଫୁଲ୍ଲ କୁମାର ଲେଙ୍କା (୭୦) ଓ ତାଙ୍କ ପୁଅ ଏକ ବାଇକରେ ଗଞ୍ଜେଇ ଚାଲାଣ ପାଇଁ ଉଦ୍ୟମ କରୁଥିବା ବେଳେ ହିଁ ଅବକାରୀ ଅଧିକାରୀ ପହଞ୍ଚି ଯାଇଥିଲେ। ଏହି ସମୟରେ ଅଭିଯୁକ୍ତ ପ୍ରଫୁଲ୍ଲଙ୍କ ପୁଅ ସେଠାରୁ ଦୌଡି ପଳାଇଥିଲେ। ତେବେ ଅବକାରୀ ସ୍କ୍ୱାର୍ଡ ୩୨ କେଜି ଗଞ୍ଜେଇ ସହିତ ବାଇକଟିକୁ ଜବତ କରିବା ସହିତ ପ୍ରଫୁଲ୍ଲଙ୍କୁ ଗିରଫ କରିଥିଲେ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩ ଲକ୍ଷ ୨୦ ଟଙ୍କା ହେବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ। ଆଠଗଡ ଅବକାରୀ ଉପଅଧିକ୍ଷକ ନିମାଇଁ ଚରଣ ସିଂହ ଓ ନିରୀକ୍ଷକ ହେମନ୍ତ ମହାନନ୍ଦିଆଙ୍କ ତତ୍ତ୍ବାବଧାନରେ ଉପନିରୀକ୍ଷକ ଅରୁଣ କୁମାର ଭୋଇ ଓ ଅନ୍ୟ ଅବକାରୀ ପୂର୍ବ ସୂଚନା ଆଧାରରେ ଏହି ଚଢାଉ କରିଥିଲେ।

Comments are closed.