ସମ୍ବଲପୁରରେ ଟ୍ରକ ଟର୍ମିନାଲ: ୩ କୋଟି ମଞ୍ଜୁର, ୮ ବର୍ଷ ହେଲା ହୋଇନି କାମ ଆରମ୍ଭ

ରେଙ୍ଗାଲି: ସମ୍ବଲପୁର ଦ୍ରୁତ ଶିଳ୍ପାୟନ ଯୋଗୁଁ ରେଙ୍ଗାଲି ଅଞ୍ଚଳ ଶୀଳ୍ପ କରିଡର ରୂପେ ବିବେଚିତ ହେଉଛି। ଅଞ୍ଚଳ ହଜାର ହଜାର ଭାରି ମାଳବାହୀ ଯାନ ଆବରହ ଦିବାନିଶି ଚଳାଚଳ କରୁଛି । ବେଆଇନ୍‌ ଭାବରେ  ରାସ୍ତା କଡରେ ଭାରିଯାନ ପାର୍କିଂ  ଯୋଗୁଁ ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥରେ ଟ୍ରଫିକ୍‌ ସମସ୍ୟ ଦେଖାଦେଇ ଦୁର୍ଘଟଣା ସଂଖୟ ମଧ୍ୟ ବୃଦ୍ଧି ପାଉଛି । ଏହାକୁ ଲକ୍ଷ୍ୟ କରି ୨୦୧୬ ମସିହାରେ ସମ୍ବଲପୁର ଜିଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆରପିଡିଏସି ବୈଠକ ରେ ରେଙ୍ଗାଲି ଏକ ଟ୍ରକ୍‌ ଟର୍ମିନାଲ୍‌ ନିର୍ମାଣ ସକାଶେ ପ୍ରସ୍ତାବ ଗୃହୀତ ହୋଇଥିଲା। ଆରପିଡିଏସି   ପାଣ୍ଠିରୁ ଏଥିପାଇଁ ୩କୋଟି ଟଙ୍କା ମଞ୍ଜୁର  କରାଯାଇଥିଲା। ତେବେ ବିଢମ୍ବନାର ବିଷୟ ଯେ ପ୍ରସ୍ତାବ ଗୃହୀତ ହେବାର ୮ବର୍ଷ ବିତିବାକୁ ବସିଲାଣି କିନ୍ତୁ  ଟ୍ରକ୍‌ ଟର୍ମିନାଲ୍‌ ନିର୍ମାଣ କାମ ଅଦ୍ୟାବଧି ଆରମ୍ଭ ହୋଇ ନାହିଁ । ରାଜସ୍ବ କମିଶନର, ଜିଲାପାଳ, ବିଧାୟକ ଏବଂ ଅନ୍ୟ ନିର୍ବାଚିତ ଜନପ୍ରତିନିଧି, ମନୋନୀତ ସଭ୍ୟଙ୍କ ଉପସ୍ଥିତି ଆରପିଡିଏସିରେ ବୈଠକରେ ସର୍ବ ସମ୍ମତିକ୍ରମେ ଗୃହୀତ ପ୍ରସ୍ତାବ ୮ବର୍ଷ ହେଲା କାହିଁକି କାର୍ଯ୍ୟକାରୀ ହେଉନାହିଁ । ଏହି ଅବହେଲା ପାଇଁ ଦାୟୀ କିଏ ?

ପ୍ରସ୍ତାବ କାର୍ଯ୍ୟକାରୀ  କରୁନଥିବା ସଂସ୍ଥା ବିରୋଧରେ କାହିଁକି  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବାଲି ସଚେତନ ନାଗରିକ ମହଲରେ ପ୍ରଶ୍ନ ହେଉଛି । ଗୋଟିଏ ପଟେ ୮ବର୍ଷ ହେଲା ଟ୍ରକ୍‌ ଟର୍ମିନାଲ୍‌ ନିର୍ମାଣ ପ୍ରସ୍ତାବ ଶୀତଳ ଭଣ୍ଡାରରେ ଖତ ଖାଉଥିବା ବେଳେ ଅନ୍ୟପଟେ ସମ୍ବଲପୁର-ରାଉରକେଲା ରାଜ୍ୟ ରାଜପଥ ଶିଳ୍ପାନୁଷ୍ଠାନକୁ ଆସୁଥିବା ଭାରି ମାଳବାହୀ ଯାନ ମାନଙ୍କ ପାର୍କିଂଜୋନ୍‌ ପାଳଟିଛି । ଫୁଲଚାଙ୍ଗେର ସ୍ଥିତ  ଅର‌୍ୟନ୍‌ ଇସ୍ପାତରୁ ଏନଏଲସି କୋଇଲା ଖଣି ସିଟିଆର୍‌ ରୋଡ୍‌ ତଥା  ଠେଲକୋଲୋଇ ପର୍ଯ୍ୟନ୍ତ ରାସ୍ତା ରେ ବାରିଯାନର ଲମ୍ବା ଧାଡି ଦିନରାତି ଲାଗି ରହୁଥିବାର ଦେଖାବକୁ ମିଳୁଛି । ବେଆଇନ୍‌ ପାକିଁ ଯୋଗୁଁ ସଂପୃକ୍ତ ଅଞ୍ଚଳରେ ଭୟଙ୍କର ପ୍ରଦୁଷଣ ଦେଖା ଦେବା ସହିତ ନିୟମିତ ବ୍ୟବଧାନରେ ସଡକ ଦୁର୍ଘଟଣା ଘଟି ଅନେକ ଧନଜୀବନ ହାନି ଘଟୁଛି ।

ରେଙ୍ଗାଲି ଅଞ୍ଚଳରେ ଥିବା ବିଭିନ୍ନ ଶିଳ୍ପାନୁଷ୍ଠାନକୁ ଦୈନିନ୍ଦିନ ପ୍ରାୟ ୧୦ ହଜାର ଭାରି ମାଲବାହୀ ଯାନ ଯାତୟାତ କରୁଛି । ଅଧିକାଂଶ ଶିଳ୍ପାନୁଷ୍ଠାନ ଗୁଡିକର ନିଜସ୍ୱ ପାକିଂ ଜୋନ୍‌ ନାହିଁ । ଫଳରେ ରାଜ୍ୟରାଜପଥ ପାଶ୍ୱର୍ ରେ ଭାରିଯାନ ପାକିଁ କରି ରଖାଉଛି ।  ଗୁରୁପାଲରେ ଏକ ଟ୍ରକ୍‌ ଟର୍ମିନାଲ୍‌ ନିର୍ମାଣ ପାଇଁ ଜମି ଚିହ୍ନଟ କରାଯାଇଛି ବୋଲି ବହୁ ବର୍ଷ ହେଲା ଆମେ ଶୁଣିଥିଲୁ । କିନ୍ତୁ ଅଦ୍ୟାବଧି ଟ୍ରକ୍‌ ଟର୍ମିନାଲ୍‌ କାମର କୌଣସି ଚିହ୍ନବର୍ଣ୍ଣ ନାହିଁ ବୋଲି ରେଙ୍ଗାଲି ଟ୍ରକ୍‌ଦ ମାଳିକ ସଂଘର ସଭାପତି ପ୍ରଶାନ୍ତ ପଣ୍ଡାଙ୍କୁ ପଚରାଯିବାରୁ  ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

Comments are closed.