ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପାନୀୟ ଜଳ ପ୍ରକଳ୍ପ ଅଚଳ

ପାଟଣା : ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ଆଧୁନିକ ପାନୀୟ ଜଳ ପ୍ରକଳ୍ପଟି କିଛି ମାସ ହେଲା ଅଚଳ ହୋଇପଡିଛି। ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଗତ ସରକାର ଅମଳରେ ୫-ଟିରେ ରୁପନ୍ତରୀକରଣ କରାଯାଇଥିଲା। ଏହା ପୂର୍ବରୁ ବିଧାୟକ ପାଣ୍ଠି ଅନୁଦାନରେ ଏଠାରେ ଏକ ପାନୀୟ ଜଳ ପ୍ରକଳ୍ପ ସ୍ଥାପନ କରାଯାଇଥିଲା। ଡାକ୍ତରଖାନାକୁ ଆସୁଥିବା ରୋଗୀ, ସେମାନଙ୍କ ସମ୍ପର୍କୀୟ ଓ ଆଗନ୍ତୁକମାନେ ଆବଶ୍ୟକତା ପୂରଣ କରିବା ପାଇଁ ଉଭୟ ଥଣ୍ଡା ଓ ଗରମ ପାଣି ଏଠାରେ ଟ୍ୟାବ ଯୋଗେ ସଂଗ୍ରହ କରୁଥିଲେ। ତେବେ ଏହି ପ୍ରକଳ୍ପଟି କିଛି ମାସ ହେଲା ଅଚଳ ହୋଇପଡିଥିବାରୁ ଲୋକେ ପାନୀୟ ଜଳ ସେବାରୁ ବଞ୍ଚିତ ହେଉଛନ୍ତି। ଏହି ପ୍ରକଳ୍ପଟିକୁ ଗତ ୨୦୨୨ ଅଗଷ୍ଟ ୨୩ ରେ ପୂର୍ବତନ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାଏକ ନିଜେ ଉଦଘାଟନ କରିଥିଲେ। ଏହି ପ୍ରକଳ୍ପଟିକୁ କାର୍ଯ୍ୟକ୍ଷମ କରାଯିବାକୁ ସାଧାରଣରେ ଦାବି ହେଉଛି ।

Comments are closed.