ବ୍ୟାଟିଂ କଲା ଭାରତ, କ୍ରିଜରେ କୋହଲି ଓ ରୋହିଶ ଶର୍ମା

ନୂଆଦିଲ୍ଲୀ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଟି-୨୦ ବିଶ୍ବ କପର ଦ୍ବିତୀୟ ସେମିଫାଇନାଲ ମ୍ୟାଚ୍ ଗୁରୁବାର ଗାଏନାରେ ପ୍ରୋଭିଡେନ୍ସ ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି । ଇଂଲଣ୍ଡ ଦଳ ଅଧିନାୟକ ଜୋସ୍ ବଟଲର ଟସ୍ ଜିତି ବୋଲିଂ ପାଇଁ ନିଷ୍ପତ୍ତି ନେଇଛନ୍ତି । ଭାରତୀୟ ଟିମ୍ ପ୍ରଥମେ ବ୍ୟାଟିଂ କରିଛି । ଉଭୟ ଟିମରେ ଖେଳାଳୀଙ୍କ କୌଣସି ପରିବର୍ତ୍ତନ ହୋଇନି । ଉଭୟ ଦଳ ପୂର୍ବରୁ ମଇଦାନରେ ପ୍ରାକ୍ଟିସ୍ କରିଥିଲେ । କିନ୍ତୁ ଲଗାତର ବର୍ଷା ଯୋଗୁଁ ଆଉଟଫିଲ୍ଡ ସାମାନ୍ୟ ମନ୍ଥର ହୋଇପାରେ । ଆଗକୁ ମଧ୍ୟ ବର୍ଷା ହେବା ସମ୍ଭାବନା ରହିଛି ।

Comments are closed.