ଭଙ୍ଗାଘରେ ବିତୁଛି ଅସହାୟ ଯୁବତୀଙ୍କ ନିଃସଙ୍ଗ ଜୀବନ, ସାତ ସପନ ପାଲଟିଛି ଆବାସ ଯୋଜନା

ରେଙ୍ଗାଲି:  ସରକାର କାର୍ଯ୍ୟକାରୀ କରୁଥିବା ଆବାସ ଯୋଜନାରେ ନିରାଶ୍ରିତ ହୋଇ ଗଛ ମୂଳେ ରହୁଥିବା କିମ୍ବା ଭଙ୍ଗା ଦଦରା ଘରେ ରହୁଥିବା ପରିବାରକୁ ଅଗ୍ରାଧିକାର ଭିତ୍ତିରେ ଆବାସ ଯୋଜନାରେ ସାମିଲ କରି ଘର ଯୋଗାଇ ଦେବା ନିୟମ ରହିଛି । ତେବେ ତୃଣମୂଳ ସ୍ତରରେ ଏହି ନିୟମକୁ ମୋଡି ମକଚି ଅଣଦେଖା କରି ଦିଆଯାଉଥିବା ଯୋଗୁଁ ଅନେକ ନିରାଶ୍ରିତ ଅସହାୟ ଙ୍କ ପାଇଁ ଆବସ ଯୋଜମା ଅପହଞ୍ଚ ହୋଇ ସାତ ସପନ ପାଳଟିଯାଇଛି । ଅବାସ ଯୋଜନାରେ ଘର ଟିଏ ପାଇଁ ବର୍ଷ ବର୍ଷ ହେଲା ଚାତକ ଭଲି ଚାହିଁ ନିରାଶ ହେଛନ୍ତି । ଭଙ୍ଗା ଦଦରା ବିପଦ ସଙ୍କୁଲ ଘରେ ଏକାକୀ ନିଃସଙ୍ଗ ଜୀବନ ଅତିବାହିତ କରୁଥିବା  ସମ୍ବଲପୁର ଜିଲ୍ଲା ଲଇଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭାଗିପାଲି ଗ୍ରାମ ର ଗୀତାଞ୍ଜଳି ବେହେରା (୪୮) ନାମକ ଜନୈକ ଅବିବାହିତ ଅସହାୟ ଗରିବ ଯୁବତୀ ଏହାର ଜ୍ବଳନ୍ତ ଦୃଷ୍ଟାନ୍ତ ଅଟନ୍ତି ।

ଗୀତାଞ୍ଜଳିଙ୍କ ଜମିବାଡି ବୋଇଲେ କିଛି ନାହିଁ । ତାଙ୍କୁ ମିଳୁଥିବା ଅବିବାହିତ ଭତ୍ତା ହିଁ ତାଙ୍କର ସାହା ଭରସା। ୧୩ବର୍ଷ ହେଲା  ବାପା ଓ ମାଆଙ୍କ ମୃତ୍ୟୁ ହେଲା ପରେ ଭଙ୍ଗା ଦଦରା ଅବସ୍ଥାରେ   ଅତି ବିପଦ ସଙ୍କୁଲ ଅବସ୍ଥାରେ ଥିବା ମାଟି ଘରର ମାତ୍ର ଗୋଟିଏ କୋଠରୀରେ ଜୀବନ ଅତିବାହିତ କରୁଛନ୍ତି। ଘର ମରାମତି ପାଇଂ ବି ସମ୍ବଳ ନାହିଁ । ମାଟିକାନ୍ଥ ଫାଟି ଆଁ କରିଛି । ଘର ଅଧା ଛପର ଭାଙ୍ଗି ଯାଇଛି । କେତେ ବେଳେ ଭୁଷୁଡି ପଡିବ ଏବଂ ଜୀବନ ହାନି ହେବ କିଛି ଠିକ୍‌ ନାହିଁ  ।  ଆବାସ ଯୋଜନାରେ ଘର ପାଇବା ପାଇଁ   ପ୍ରସ୍ତୁତ ସରକାରୀ ତାଳିକାରେ ଅନେକ ବର୍ଷ ହେଲା ଗୀତାଞ୍ଜଳି  ବେହେରାଙ୍କ ନାମ ରହିଛି । କିନ୍ତୁ ଗୀତାଞ୍ଜଳିଙ୍କ ନମ୍ବର କେବେ ଆସୁନାହିଁ  । ଫଳ ରେ ଘର ମିଳୁ ନଥିବାରୁ ସେ ଦୁଃଖ ଓ କ୍ଷୋଭ ପ୍ରକାଶ କରିଛନ୍ତି । ଆବାସ ଯୋଜନାରେ ଘର ଟିଏ ପାଇଁ ମୋତେ ଆଉ କେତେ ବର୍ଷ  ହନ୍ତସନ୍ତ ହେବାକୁ ହେବାକୁ ପଡିବ ଜୀବ ଦଶା ରେ ମୋତେ ଆବାସ ଯେଜନା ରେ ଘର ମିଳିବ ତ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଗୀତାଞ୍ଜଳି ଭଲି ବାପା ମାଆ ଛେଉଣ୍ଡ ଗରିବ ଅସହାୟ ଯୁବତୀକୁ ଘର ଖଣ୍ଡିଏ ଦେବାକୁ ଏତେ ଦହଗଞ୍ଜ କାହିଁକି ବୋଲି ସଚେତନ ନାଗରିକ ମହଲରେ ପ୍ରଶ୍ନ ହେବା ସହିତ  ଭଙ୍ଗା ଦଦରା ବିପଦ ସଙ୍କୁଲ ଘର ଭିତରେ ଏକାମାତ୍ର କୋଠରି ରେ ରହୁଥିବା ଗୀତାଞ୍ଜଳି ଙ୍କୁ ଶୀଘ୍ର ଆବସ ଯୋଜନାରେ ଘର ଯୋଗାଇ ଦେବାର ବ୍ୟବସ୍ଥା କରିବାକୁ ଦାବୀ ହେଉଛି । ସରକାର ଗୀତାଞ୍ଜଳି ଙ୍କ ଭଲି ଅସହାୟ ଅବସ୍ଥା ରେ ରହୁଥିବା ବ୍ୟକ୍ତି ଙ୍କୁ ଅଗ୍ରାଧିକାର ଭିତ୍ତିରେ ସର୍ବ ପ୍ରଥମେ ଆବାସ ଯୋଜନା ରେ ଘର ଯୋଗାଇ ଦେବା ପାଇଁ କରିଥିବା ନିୟମ କେବଳ କଗଜ କଳମରେ ହିଁ ସୀମିତି ରହିଯାଇଛି । ଗୀତାଞ୍ଜଳି ବେହେରା ହେଉଛନ୍ତିଏହାର ଜ୍ୱଳନ୍ତ ଉଦାହରଣ।

Comments are closed.