ରୋଗରୁ ରକ୍ଷା ପାଇଁ ସଚେତନତା ଓ ସତର୍କତା ଅବଲମ୍ବନ ଜରୁରୀ

ଆଠଗଡ:  ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ଯୋରନ୍ଦା ସେକ୍ଟର ଅନ୍ତର୍ଗତ ଯୋରନ୍ଦା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଆଠଗଡ ଡାକ୍ତରଖାନାର ଆଇସିଟିସିର ମିଳିତ ଆନୁକୁଲ୍ୟରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଏଚଆଇଭି ଏଡସ୍‍ ସଂପର୍କୀତ ଏକ ସଚେତନତା କର୍ମଶାଳା ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍‍ ଅସ୍‍ଲମ୍‍ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କର୍ମଶାଳାରେ ଆଇସିଟିସିର ପରାମର୍ଶଦାତ୍ରୀ ଗୀତାଞ୍ଜଳି ନାୟକ, ଡାକ୍ତର ସିଦ୍ଧାର୍ଥ ବେହେରା, ଆୟୁଷ ଡାକ୍ତର ଚିରନ୍ତନ ମହାନ୍ତି ପ୍ରମୁଖ ଉଦ୍‍ବୋଧନ ଦେଇ ଏଚଆଇଭି ଏଡସ୍‍ ରୋଗର କାରଣ, ନିରାକରଣ ଓ ଭୟାବହତା ସଂପର୍କରେ ଆଲୋକପାତ କରିଥିଲେ। ଏଚଆଇଭି ଏଡସ୍‍ର କୌଣସି ସ୍ଥାୟୀ ଚିକିତ୍ସା ବା ଟୀକା ଅଦ୍ୟାବଧି ବାହାରି ନଥିବାରୁ କେବଳ ସଚେତନତା ଓ ସତର୍କତା ଅବଲମ୍ବନ ଏହି ରୋଗରୁ ରକ୍ଷା କରିବାର ଚାବିକାଠି ବୋଲି ସେମାନେ ପ୍ରକାଶ କରିଥିଲେ । ଜାଣିଲେ ଜିଣିବା, ନଲୁଚାଇ ନୀରବତା ଭଙ୍ଗ କରିବା, ଅସମାନତା ଦୂର କରି ଏଡସ୍‍ ରୋଗକୁ ନିୟନ୍ତ୍ରଣ କରି ଏହାକୁ ଶେଷ କରିବା ହେଉଛି ଆଜିର ଆହ୍ୱାନ ବୋଲି ଶ୍ରୀ ଅସଲମ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ପରିଦର୍ଶିକା ବିଚିତ୍ରପ୍ରଭା ଦେଇ, ଯୋରନ୍ଦା ସେକ୍ଟରର ସମସ୍ତ ପୁରୁଷ ଓ ମହିଳା ସ୍ୱାସ୍ଥ୍ୟକର୍ମୀ, ସିଏଚଓ, ଅଙ୍ଗନବାଡି ଓ ଆଶାକର୍ମୀ ଏବଂ ଗାଁ କଲ୍ୟାଣ ସମିତିର ସଦସ୍ୟମାନେ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପରିଶେଷରେ ସମସ୍ତେ ଏକ ସଚେତନତା ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ।

Comments are closed.