ନବୀନ ନିବାସ ଅଭିମୁଖେ ଯାଉଥିବା ବେଳେ ପୁଲିସ-ମହିଳା କଂଗ୍ରେସ ସଦସ୍ୟ ଧସ୍ତାଧସ୍ତି

ଡେସ୍କ: ରାଜ୍ୟରେ ମହିଳାଙ୍କ ପ୍ରତି ବଢ଼ୁଥିବା ହିଂସାକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ଅଭିମୁଖେ ପଦଯାତ୍ରା ବେଳେ ମହିଳା କଂଗ୍ରେସ କର୍ମୀ ଓ ପୁଲିସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଅଖିଳ ଭାରତୀୟ ମହିଳା କଂଗ୍ରେସ ସଭାପତି ଅଳକା ଲାମ୍ବା ଓ ଓଡ଼ିଶା ସଭାପତି ମୀନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ ଦଳୀୟ ସମର୍ଥକମାନେ ନବୀନଙ୍କ ବାସଭବନ ‘ନବୀନ ନିବାସ’ ଅଭିମୁଖେ ଯାଇ ପୁଲିସ ବ୍ୟାରିକେଡ୍ ହଟାଇବାକୁ ଉଦ୍ୟମ କରିଥିଲେ।

ଚାକିରି ଛାଡି ଯାଉଥିଲେ ଗୁଗଲ କର୍ମଚାରୀ, ଦରମା ବଢିଗଲା ୩୦୦ ପ୍ରତିଶତ

ପୁଲିସ ଆନ୍ଦୋଳନକାରୀଙ୍କୁ ପଲ୍ଲାସପଲ୍ଲୀ ଅଞ୍ଚଳରୁ ଭ୍ୟାନରେ ନେଇ ଅନ୍ୟ ଏକ ସ୍ଥାନରେ ଛାଡ଼ି ଦେଇଥିବା ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି। କାହାରିକୁ ଗିରଫ କରାଯାଇ ନାହିଁ ବୋଲି ଶ୍ରୀ ସିଂହ କହିଛନ୍ତି। ଲାମ୍ବା କହିଛନ୍ତି, ଆମେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଥିଲୁ, କିନ୍ତୁ ଆମକୁ ଅଟକାଇ ଦିଆଯାଇଥିଲା। ଏହା ଗଣତନ୍ତ୍ରର ହତ୍ୟା।

ରେଡିଓର ଲୋକପ୍ରିୟତାକୁ ଶିଖରରେ ପହଞ୍ଚାଇଥିଲେ ଉପସ୍ଥାପକ ଅମିନ ସାୟାନୀ

ଶ୍ରୀ ପଟ୍ଟନାୟକଙ୍କ ମିଶନ ଶକ୍ତି ଯୋଜନା ରାଜ୍ୟରେ ବିଫଳ ହୋଇଛି ବୋଲି ଲାମ୍ବା ଦାବି କରିଛନ୍ତି। ମିଶନ ଶକ୍ତି ହେଉଛି ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳା ସଶକ୍ତୀକରଣ ପାଇଁ ଓଡ଼ିଶା ସରକାରଙ୍କ ଏକ କାର୍ଯ୍ୟକ୍ରମ। ଓଡ଼ିଶା ମହିଳା କଂଗ୍ରେସ ପକ୍ଷରୁ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବକ୍ତାମାନେ ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ଆସନ ସଂରକ୍ଷଣ ଦାବି କରିଥିଲେ।

ଇମ୍ରାନ ହେଉଛନ୍ତି ଲୋକପ୍ରିୟ ପୋଷ୍ଟର ବୟ – ହିନା ରବ୍ବାନୀ ଖାର

Comments are closed.