ଚାକିରି ଛାଡି ଯାଉଥିଲେ ଗୁଗଲ କର୍ମଚାରୀ, ଦରମା ବଢିଗଲା ୩୦୦ ପ୍ରତିଶତ
ନୂଆଦିଲ୍ଲୀ : ଗତ କିଛି ଦିନ ତଳେ ସବୁଠାରୁ ବଡ ସର୍ଚ୍ଚ ଇଞ୍ଜିନ ଗୁଗଲରେ ଛଟେଇକୁ ଚର୍ଚ୍ଚା ଜୋର ଧରିଥିଲା । ହଜାର ହଜାର କର୍ମଚାରୀଙ୍କୁ ବିଦା କରାଯାଇଥିଲା । କିନ୍ତୁ ଏବେ କମ୍ପାନୀ ଏମିତି ଏକ କାମ କରିଦେଖାଇଛି ଯେଉଁଥିପାଇଁ ପୁଣି ଚର୍ଚ୍ଚା ଚାଲିଛି । କମ୍ପାନୀର ଜଣେ କର୍ମଚାରୀ ଚାକିରି ଛାଡି ଅନ୍ୟ ଏକ କମ୍ପାନୀକୁ ଯାଉଥିଲେ କିନ୍ତୁ କର୍ମଚାରୀକୁ ରୋକିବା ପାଇଁ ଗୁଗଲ ତାଙ୍କ ଦରମା ୧୦ କିମ୍ବା ୨୦ ପ୍ରତିଶତ ନୁହେଁ ବରଂ ୩୦୦ ପ୍ରତିଶତ ବଢାଇ ଦେଇଛି । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ମାମଲା…
ଗୁଗଲର ଜଣେ କର୍ମଚାରୀ ସଂସ୍ଥା ଛାଡିବାକୁ ଯୋଜନା କରୁଥିଲେ । ସେ ଚାକିରି ଛାଡି ଆଇଆଇଟି ମାଡ୍ରାସର ଜଣେ ପୂର୍ବତନ ଛାତ୍ରଙ୍କ ଦ୍ବାରା ପ୍ରସ୍ତୁତ ଷ୍ଟାର୍ଟଅପ୍ ପରପ୍ଲେକ୍ସସିଟି ଏଆଇରେ ଯୋଗ ଦେବାକୁ ଚାହୁଁଥିଲେ । କିନ୍ତୁ କମ୍ପାନୀ ଏହି ସୂଚନା ପାଇବା ପରେ ତାଙ୍କ ଦରମା ବଢାଇଦେଲା । ଏହା ପରେ ସେ ଗୁଗଲରେ ହିଁ ରହିଗଲେ ଏବଂ ଚାକିରି ଛାଡିବା ନିଷ୍ପତ୍ତି ବଦଳାଇଦେଲେ ।
ଅନ୍ୟପଟେ ପରପ୍ଲେକ୍ସସିଟି ଏଆଇର ସିଇଓ ଅରବିନ୍ଦ ଶ୍ରୀନିବାସ ଏନେଇ ସୂଚନା ଦେଇ କହିଛନ୍ତି କି ‘ଗୁଗଲ ନିଜ କର୍ମଚାରୀଙ୍କୁ କମ୍ପାନୀରେ ବଜାୟ ରଖିବା ପାଇଁ କିଛି ବି କରିପାରେ । ଯେଉଁ କର୍ମଚାରୀ ଆମ କମ୍ପାନୀରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଥିଲା ତା ଦରମା ବଢାଇ ତାକୁ ସେଠାରେ ରଖିଦେଲେ ।’ ଖାଲି ସେତିକି ନୁହେଁ, ୩୦୦ ପ୍ରତିଶତର ଦରମା ବଢାଇବା ନିହାତି ଭାବେ ଏକ ଆଶ୍ଚର୍ଯ୍ୟଚକିତ କରିବା ଭଳି ଘଟଣା ବୋଲି ମଧ୍ୟ ସେ କହିଛନ୍ତି ।
Comments are closed.