www.samajalive.in
Sunday, December 7, 2025
15.1 C
Bhubaneswar

ନୀଳଚକ୍ରର ପ୍ରତିଷ୍ଠା ଉତ୍ସବ

ପାଟଣା : ସାହିତ୍ୟ, ସଂସ୍କୃତି, ପରମ୍ପରା କୁ ବଞ୍ଚାଇ ରଖିଥିବା ପଶ୍ଚିମବଙ୍ଗ କୋଲକତା ଶାଖା ନୀଳଚକ୍ର ଅନୁଷ୍ଠାନର ପ୍ରଚେଷ୍ଟା କେବଳ ଜାରି ରହିଛି ତାହା ନୁହେଁ ଏହା ଦୁନିଆଁ ପାଇଁ ଭିନ୍ନ ଏକ ବାର୍ତ୍ତା ଦେଉଛି । ଏହି ପରିପ୍ରେକ୍ଷୀରେ ଗତ କାଲି ନୀଳଚକ୍ର ଅନୁଷ୍ଠାନ ଖୁବ ଆଡମ୍ବର ସହକାରେ ହାଉଡ଼ା ଦାସ ନଗର ଠାରେ ପ୍ରତିଷ୍ଠା ଦିବସ ପାଳନ କରିଛି । ଉକ୍ତ ଉତ୍ସଵରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ୟୁକୋ ବ୍ୟାଙ୍କର ଡି ଜି ଏମ ରମେଶ ଚନ୍ଦ୍ର ସାହୁ, ଆୟକର ବିଭାଗର ଅଧିକାରୀ ଆଶୁତୋଷ କୁମାର ସାହୁ ଓ ଡକ୍ଟର ଲିସା ପଣ୍ଡା । ପ୍ରଥମେ ନୀଳଚକ୍ର ଅନୁଷ୍ଠାନର ପୂର୍ଵତନ ସମ୍ପାଦକ ରବୀନ୍ଦ୍ର କୁମାର ବାରିକ୍ ତାଙ୍କର ସ୍ୱାଗତ ଭାଷଣରେ ଅନୁଷ୍ଠାନ ବିଷୟରେ ବହୁ କିଛି ବକ୍ତ୍ୟବ ରଖି ଅନୁଷ୍ଠାନର ଆଗାମୀ ଦିନର ଉନ୍ନତିରୁ ଉନ୍ନତି କାମନା କରିଥିଲେ । ଅନୁଷ୍ଠାନର ଉପଦେଷ୍ଟା ସାହିତ୍ୟିକ ସାଫଲ୍ୟ ନନ୍ଦୀ ସଭା ପରିଚଳନା କରି ଅତିଥି ପରିଚୟ ଓ ଅନୁଷ୍ଠାନ ବିଷୟରେ ସ୍ୱଳ୍ପ ମନ୍ତ୍ୟବ ଦର୍ଶକ ମାନଙ୍କୁ ଓଡ଼ିଆ ନବବର୍ଷର ଅଭିନନ୍ଦନ ଜଣାଇ ଥିଲେ । ସମ୍ପାଦକ ଶେଷଦେବ ସାମଲ ସମ୍ପାଦକୀୟ ପାଠ ବିବରଣୀ ଦେଇ କହିଲେ ନୀଳଚକ୍ର କେବଳ ଅନୁଷ୍ଠାନ ନୁହେଁ ଏହା ଆମ ପାଇଁ ଏକ ବୃହତ ଓ ଯୌଥ ପରିବାର ।

ଅନୁଷ୍ଠାନର ଉପଦେଷ୍ଟା ଓ କୋଲକତା ଓଡ଼ିଆ ସାହିତ୍ୟର ବାଗ୍ମୀ କୃଷ୍ଣଚନ୍ଦ୍ର ଭୁଁୟା ଅନୁଷ୍ଠାନ ବିଷୟରେ ସ୍ୱଳ୍ପ ବକ୍ତ୍ୟବ ରଖି କୋଲକତା ବଡ଼ବଜାରର ଶ୍ରମିକ କବି ଦେବେନ୍ଦ୍ର ଦେଓଙ୍କ ବିଷୟରେ କିଛି କହିଥିଲେ । ଅତିଥି ରମେଶ ଚନ୍ଦ୍ର ସାହୁ ତାଙ୍କ ଅଳ୍ପ ଭାଷଣରେ ସେ ଦେଶର ୨୬ ଟି ରାଜ୍ୟ ବୁଲିଲେ ଵି ତାଙ୍କୁ କୋଲକତା ଖୁବ ଭଲ ଲାଗେ ଏବଂ ସେ ଓଡ଼ିଆ ମାନଙ୍କୁ ଖୁବ ଭଲ ପାଆନ୍ତି । ମୁଖ୍ୟ ଅତିଥି ଆଶୁତୋଷ କୁମାର ସାହୁ କହିଛନ୍ତି ସେ ଇଂରାଜୀ ମିଡିୟମରେ ପଢ଼ିଲେ ଵି ସୁଦ୍ଧା ସେ ଓଡ଼ିଆ କହିବା ଓ ଲେଖିବାକୁ ଖୁବ ପସନ୍ଦ କରନ୍ତି, ଏବଂ ନୀଳଚକ୍ର ଅନୁଷ୍ଠାନକୁ ପ୍ରଂଶସା କରି ଏହା ଏକ ପରିବାର ବୋଲି କହିଥିଲେ । ଡକ୍ଟର ଲିସା ପଣ୍ଡା ତାଙ୍କ ସ୍ୱଳ୍ପ ଭାଷଣରେ ଵି ଦର୍ଶକ ମାନଙ୍କୁ ମୁଗ୍ଧ କରାଇ ଥିଲେ । ଅନୁଷ୍ଠାନର ସଭାପତି ଲକ୍ଷ୍ମୀ ନାରାୟଣ ମଲ୍ଲିକ ତାଙ୍କର ବୃହତ ଭାଷଣରେ ଶ୍ରୀଜଗନ୍ନାଥ ଙ୍କ ମନ୍ଦିରର ଚାରି ଦ୍ୱାରା ଓ ଚାରି ଦିଗ ପୂର୍ଵ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଓ ଚାରି ହନୁମାନ ଯଥା ଫତେ ହନୁମାନ , ବୀର ବିକ୍ରମ ହନୁମାନ, ତପସ୍ୱି ହନୁମାନ ଓ ସଙ୍କଟ ମୋଚନ ହନୁମାନ ଙ୍କ ବିଷୟରେ ଖୁବ ସୁନ୍ଦର ଭାଷଣ ଓ ଶ୍ରୀଜଗନ୍ନାଥଙ୍କ ଭକ୍ତ ରଘୁ ଅରକ୍ଷିତ ଦାସଙ୍କ ବିଷୟ କାହାଣୀ ବକ୍ତ୍ୟବ ରଖି ଦର୍ଶକ ମାନଙ୍କ ମନମୁଗ୍ଧ କରାଇଥିଲେ । ଶେଷରେ ଅନୁଷ୍ଠାନର ମୁଖ୍ୟ ସଦ୍ୟସ ନିରଞ୍ଜନ ସାହୁ ସମସ୍ତ ମଞ୍ଚାସିନ ଅତିଥି ଦର୍ଶକ ପରିଚାଳନା କର୍ମୀ , ସହଯୋଗୀ , ନୃତ୍ୟ ଶିଳ୍ପୀ ଓ କଟକରୁ ଆସିଥିବା ସାଂସ୍କୁ ତ୍ରିକ ପାଏଲ ମୁଜିକାଲ ଗ୍ରୁପ ମାନଙ୍କୁ ଧନ୍ୟବାଦ ଦେଇ ଥିଲେ । ଶେଷରେ ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ରେ ମଞ୍ଚଟି ବେଶ ସଫଳତା ସହିତ ପ୍ରଂଶସନୀୟ ହୋଇଥିଲା ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories