www.samajalive.in
Tuesday, December 9, 2025
16.1 C
Bhubaneswar

ବ୍ରଜରାଜନଗରରେ ଏନକାଉଣ୍ଟର; ୪ ଅପରାଧୀଙ୍କୁ ଧରିଲା ପୁଲିସ

ବ୍ରଜରାଜନଗର: ବହୁ ଚର୍ଚ୍ଚିତ ଅମିତ ଧଳ ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ସୋନୁ ଘୋଷର ଭାଇ ମଣ୍ଟୁ ଘୋଷକୁ ଗତ ମଙ୍ଗଳବାର ଦୁର୍ବୃତ୍ତମାନେ ଗୁଳିକରି ହତ୍ୟା କରିଥିଲେ। ଏହାର ୧୨ ଘଣ୍ଟା ଭିତରେ ପୁଲିସ ଏନକାଉଣ୍ଟର କରି ୪ ଅପରାଧୀଙ୍କୁ ଧରିଛି। ସେମାନେ ହେଲେ ଅନନ୍ତ ଧଳ ଓରଫ ଭୀମା, ନିକି ସିଂହ, ରଫିକ ଅନସାରୀ ଏବଂ ଶୈଳେନ୍ଦ୍ର ପାତ୍ର। ଏମାନେ ମଣ୍ଟୁ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଥିବାବେଳେ ପୁଲିସ ଏ ନେଇ କିଛି ସ୍ପଷ୍ଟ କରିନାହିଁ। ସେମାନଙ୍କୁ ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ମଙ୍ଗଳବାର ସନ୍ଧ୍ୟାରେ ମଣ୍ଟୁକୁ ଦୁର୍ବୃତ୍ତମାନେ ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରେ ମଣ୍ଟୁର ମୃତ୍ୟୁ ଘଟିଥିଲା। ପୁଲିସ ପହଞ୍ଚି ମଣ୍ଟୁର ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତମାନଙ୍କୁ ପୁଲିସ ତୁରନ୍ତ ଚିହ୍ନଟ କରିବା ସହିତ ସେମାନଙ୍କୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଥିଲା। କିନ୍ତୁ ବିଳମ୍ବିତ ରାତିରେ ୪ ଅପରାଧୀ ଗୌଡ଼ମାଲ ପଞ୍ଚାୟତର ରାଣୀବନ୍ଧ-ମଧୁପୁର ରାସ୍ତାର ଛେଲକୁଠି ବାଟଦେଇ ଯାଉଥିବା ପୁଲିସକୁ ସୂଚନା ମିଳିଥିଲା। ଏହା ପରେ ସ୍ପେଶାଲ ସ୍କ୍ବାଡ୍‌ର ଏକ ଟିମ୍‌ ସେମାନଙ୍କୁ ପିଛା କରିଥିଲା। ଜଙ୍ଗଲ ରାସ୍ତାରେ ଅପରାଧୀମାନେ ଯାଉଥିବାବେଳେ ପୁଲିସକୁ ଦେଖି ଗୁଳି ଚଳାଇଥିଲେ। ପୁଲିସ ପାଲଟା ଗୁଳି ଚାଳନା କରିଥିଲା। ଏଥିରେ ୪ ଜଣ ଆହତ ହୋଇଥିଲେ। ସେପଟେ ଅପରାଧୀଙ୍କ ଗୁଳିରେ ଜଣେ ପୁଲିସ କର୍ମଚାରୀ ବି ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ୨ଟି ବାଇକ୍‌ (ଓଡି-୨୩-ଏଚ-୨୧୯୯) ଏବଂ (ଓଡି-୨୩-ଇ-୪୮୮୧) ସହିତ ୨ଟି ଦେଶୀ ମାଉଜର ଓ ୫ଟି ଗୁଳି ପଡ଼ିରହିଛି। ରାସ୍ତାରେ ରକ୍ତଛିଟା ପଡ଼ିଥିବା ମଧ୍ୟ ଦେଖାଯାଇଛି। ମଣ୍ଟୁ ହତ୍ୟାକାଣ୍ଡ ପରେ ପୁଲିସ ତତ୍ପର ହୋଇ ଏହି ଏନକାଉଣ୍ଟର କରିଥିବାରୁ ହତ୍ୟାରେ ଏମାନଙ୍କ ସମ୍ପୃକ୍ତି ଥିବା ଅନୁମାନ କରାଯାଉଛି। ତେବେ ପୁଲିସ ହତ୍ୟାରେ ସମ୍ପୃକ୍ତ ଯେଉଁ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଥିଲା, ସେମାନଙ୍କ ମଧ୍ୟରେ ଏହି ୪ ଜଣ ଅଛନ୍ତି କି ନାହିଁ ସେ ନେଇ ପୁଲିସ କିଛି ସ୍ପଷ୍ଟ କରିନାହିଁ।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories